ମହିଳା ଏଜେଣ୍ଟଙ୍କ ଠାରୁ ଲୁଟ ଘଟଣା, ଲୁଟର ଶୀକାର ଯୁବତୀ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫାଇନାନ୍ସ କମ୍ପାନୀ ମହିଳା ଏଜେଣ୍ଟଙ୍କୁ ମାଡ ମାରି ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ଲୁଟର ଶୀକାର ହୋଇଥିବା ଯୁବତୀ ହିଁ ଲୁଟେରା । ପୋଲିିସ ତଦନ୍ତରୁ ଏହା ଜଣାପଡିବା ପରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ ଜିଲ୍ଳା ବ୍ରହ୍ମଗିରିର ଫିନୁ ପରିଡା । ପୋଲିସ ତାକୁ ଗିରଫ କରି କୋର୍ଟ ଚାଲଣ କରିଛି ।
ସୂଚନା ଅନୁସାରେ, ଗୁରୁବାର ଅପରାହ୍ନରେ ଗୋବିନ୍ଦପ୍ରସାଦରେ ଥିବା ଭାରତ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ଫିନୁ ପରିଡା ଲକ୍ଷ୍ମୀସାଗର ଅଞ୍ଚଳକୁ ଟଙ୍କା କଲେକ୍ସନ ପାଇଁ ଆସିଥିଲେ । ଅପରାହ୍ନ ପ୍ରାୟ ୨ଟା ବେଳେ ହଳଦୀପଡିଆ ବସ୍ତିରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀରୁ ଟଙ୍କା ଆଦାୟ କରି ସେ ଅଫିସକୁ ଫେରୁଥିଲେ । ଝାରପଡା ଜେଲ ପଛପଟ ରାସ୍ତା ଦେଇ ଯାଉଥିବା ବେଳେ ବର୍ଷା ଗ୍ୟାସ ଏଜେନ୍ସି ନିକଟରୁ ତାଙ୍କୁ ଦୁଇ ଜଣ ଯୁବକ ଅଟକାଇଥିଲେ । ସେ ରହିବା ମାତ୍ରେ ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ମାଡ ମାରି ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇଥିଲେ । ବ୍ୟାଗରେ ମୋଟ ୧ଲକ୍ଷ ୪୦ ହଜାର ଟଙ୍କା ଓ ଅଫିସର ଅନ୍ୟାନ୍ୟ ଜିନିଷ ରହିଥିଲା ।
ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଲୁଟର ଶୀକାର ହୋଇଥିବା ଫିନୁ ମୋଟ ୬୧ ହଜାର ୩୦୦ ଟଙ୍କା ଆଦାୟ କରିଥିବା ସ୍ପଷ୍ଟ ହୋଇଛି । ତେବେ ତାଙ୍କ ଠାରୁ ୧ଲକ୍ଷ ୪୦ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ କରିବା ପୋଲିସକୁ ସନ୍ଦେହରେ ପକାଇଥିଲା ।