କଂଗ୍ରେସ ବିଜେପିର ‘ବି’ ଟିମ୍, ସତ୍ସାହାସ ଥିଲେ ତଥ୍ୟ ପ୍ରମାଣ ସହ କୋର୍ଟ ଯାଆନ୍ତୁ : ବିଜେଡି
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ କଂଗ୍ରେସର ୬ ଘଣ୍ଟିଆ ହରତାଳ ନେଇ ସାମ୍ବାଦିକ ସମ୍ମିଳନୀ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସସ୍ମିତ ପାତ୍ର କହିଛନ୍ତି, କଂଗ୍ରେସର ହରତାଳ ଏକ ଉପହାସ । ଝିଅକୁ ନେଇ ରାଜନୀତି ନ କରିବାକୁ ମମିତାଙ୍କ ବାପା ଅନୁରୋଧ କରିଥିଲେ । ଏଭଳି ପ୍ରସଙ୍ଗରେ ରାଜନୈତିକ ଦଳ ଶସ୍ତା ରାଜନୀତି କରୁଛନ୍ତି ।
କଂଗ୍ରେସର କର୍ମୀ ଓ କର୍ମକର୍ତ୍ତା ଘରୁ ବାହାରି ନାହାନ୍ତି । ସତ୍ସାହାସ ଥିଲେ କଂଗ୍ରେସ ତଥ୍ୟ ପ୍ରମାଣ ସହ କୋର୍ଟକୁ ଯାଆନ୍ତୁ । କଂଗ୍ରେସ ବିଜେପିର ‘ବି’ ଟିମ୍ ବୋଲି ପୁଣି ଦୋହରାଇଲେ ସସ୍ମିତ । କଂଗ୍ରେସ ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି ବୋଲି ସସ୍ମିତ କହିଛନ୍ତି ।