ବିଭିନ୍ନ ସ୍ଥାନରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର
ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ଆଶାକର୍ମୀ, ଅଙ୍ଗନବାଡୀ କର୍ମୀ, ଶିକ୍ଷକ, ମହିଳା ସ୍ବାସ୍ଥ୍ୟକର୍ମୀ ମାନେ ସେମାନଙ୍କ ବିଭିନ୍ନ ଦାବିକୁ ସରକାରଙ୍କ ନିକଟରେ ବାରମ୍ବାର ଜଣାଇ ଆସୁଥିବା ବେଳେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ବେଳେ ଏହି କର୍ମଚାରୀଙ୍କ ସ୍ବରରେ ସ୍ବର ମିଶାଇଛି ଉଦନ୍ତୀ ଡିଭିଜନର ମାଓ ସଙ୍ଗଠନ ।
ଶୁକ୍ରବାର ଉଦନ୍ତି ଏରିଆ ମାଓ ସଂଘଠନ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଜୋଡିଙ୍ଗା ମୁଖ୍ୟ ରାସ୍ତାରେ ବ୍ୟାନର ଓ ପୋଷ୍ଟର ମରାଯାଇଛି । ଏହି ବ୍ୟାନରରେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ଯାହା ଦାବି ରହିଛି ସେ ଗୁଡ଼ିକକୁ ତୁରନ୍ତ ପୂରଣ କରାଯିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ମାଓ ସଂଗଠନ ।