ଶଙ୍କରାଚାର୍ଯ୍ୟ ଏବଂ ପାଣ୍ଡିଆନଙ୍କୁ ଦାବିପତ୍ର ଦେଲା ଶ୍ରୀଜଗନ୍ନାଥ ସେନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀର ନାମ ପରିବର୍ତ୍ତନକୁ ନେଇ ବିଭିନ୍ନ ସଙ୍ଗଠନ ଦାବି ଜୋର ଧରିଥିବା ବେଳେ ଏବେ ଏହାକୁ ନେଇ ଦ୍ବିମତ ଦେଖାଦେଇଛି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ନାମ ପରିବର୍ତ୍ତନ ଆବଶ୍ୟକତା କଣ ଦରକାର ବୋଲି ପ୍ରଶ୍ନ ଉଠାଇଛନ୍ତି। ଏଭଳି ସ୍ଥିତିରେ ଶନିବାର ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଭେଟି ଦାବିପତ୍ର ଦେଇଛି ଶ୍ରୀଜଗନ୍ନାଥ ସେନା ।
ଆଜି ସକାଳୁ ୫-ଟି ସଚିବ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ଚତୁର୍ପାଶ୍ୱର ଉର୍ଣ୍ଣତିକରଣ କାର୍ଯ୍ୟ ସମ୍ପର୍କରେ ସେବାୟତଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ଦର୍ଶନ ସାରି ଫେରିବା ସମୟରେ ଜଗନ୍ନାଥ ସେନା ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରିବା ଲାଗି ଏକ ଦାବିପାତ୍ର ପ୍ରଦାନ କରାଯାଇଛି ।