ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କୁଚିଣ୍ଡା ଚଳଚଂଚଳ
ଓଡିଶାର ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଦିନ ୧୧ଟା ସମୟରେ କୁଚିଣ୍ଡା ଗସ୍ତରେ ଆସି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ପ୍ରଦାନ କରିବା ସହିତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥି ସହିତ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବଳେ ଚଳ ଚଂଚଳ ହୋଇଛି କୁଚିଣ୍ଡା ସହର ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଜିଲ୍ଲା ପ୍ରଶାସନ, ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଥିବା ବଳେ ସହରର ବିଭିନ୍ନ ସ୍ଥାନରେ ଏବେଠାରୁ ପୋଲିସ ପଇଁତରା ମାରିଲାଣି । ଜିଲ୍ଲାପାଳ ଶୁଭମ ସକ୍ସେନା, ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଜିଲ୍ଲା ଆରକ୍ଷୀ ଅଧିକାରୀ ବି. ଗଙ୍ଗାଧର, ଏସଡିପିଓ ରାଜ କିଶୋର ମିଶ୍ରଙ୍କ ସମେତ ଅଫିସର ଇନଚାର୍ଜ, ସାଦା ପୋଷାକଧାରୀ ପୋଲିସ ଅଫିସର ଓଏସଏପି ସକେଣ୍ଡ ବାଟାଲିୟନ, ଓଏସଏଏଫ ଜବାନ, ପୋଲିସ ଫୋର୍ସ ପ୍ରମୁଖ ମୁତୟନ ପାଇଁ ସଜବାଜ ହୋଇସାରିଲେଣି । ସେପଟେ ପେଣ୍ଡାଲ ସଜବାଜ ଅନ୍ତିମ ପର୍ଯ୍ୟାରେ ପହଁଚିଥିବା ବଳେ ହେଲିପ୍ୟାଡ ବେରିକେଡ ଲାଗି ସଂପୁର୍ଣ୍ଣ ପ୍ରସ୍ତୁତ । ପୁଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ଦଳ ଚଳଚଂଚଳ ହୋଇଉଠୁଥିବା ବଳେ ନେତା ମନ୍ତ୍ରୀଙ୍କ ସୁଅ ଛୁଟୁଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିଜେପି ଉପଖଣ୍ଡବାସୀଙ୍କ ୨୨ ଦଫା ଦାବି ନେଇ ରାଜ୍ୟ ସାଧାରଣ ସଂପାଦକ ରବିନାରାୟଣ ନାଏକଙ୍କ ନେତୃତ୍ବରେ ଜବାବ ମାଗିବା ସହିତ ବିରୋଧ କରାଯିବା ନେଇ ଆଜି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସଂପାଦକ । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସାଧାରଣ ସଂପାଦକ ଶୁଶୀଲ କର ଓ ମହେଶ ରାଏ, ପିଙ୍କୁ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।