ଆସନ୍ତା ସପ୍ତାହରେ ଶଙ୍ଖ ଧରିବେ ବିଶ୍ୱରଞ୍ଜନ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରୀର ଯୁବନେତା ବିଶ୍ୱରଞ୍ଜନ ମଲ୍ଲିକ ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ଆସନ୍ତା ସପ୍ତାହରେ ସେ ଶଙ୍ଖ ଧରିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ବିଶ୍ୱରଞ୍ଜନ ବିଜେପି ଦ୍ୱାରା ପ୍ରଦାନ କରାଯାଇଥିବା ଦାୟିତ୍ବ ତୁଲାଇବାରେ ଅସମର୍ଥ ଥିବା ନିଜ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ।ବିଶ୍ୱରଞ୍ଜନଙ୍କ ସହ ବରୀ ବ୍ଲକ୍ ଅଧ୍ୟକ୍ଷ ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ ଏବଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତା ସାମଲ ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି ।

୨୦୧୭ ମସିହାରେ କଂଗ୍ରେସର ହାତ ଛାଡ଼ି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଥିବା ବିଶ୍ୱରଞ୍ଜନ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ବରୀ ଆସନରୁ ଲଢ଼ି ମାତ୍ର ୪୦୬୨ ଭୋଟରେ ବିଜେଡ଼ି ପ୍ରାର୍ଥୀ ସୁନନ୍ଦା ଦାସଙ୍କଠାରୁ ପରାସ୍ତ ହୋଇଥିଲେ ।

Leave a comment