ଝାରଖଣ୍ଡରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୧

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ଦିନ ଝାରଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସିଂହଭୂମ ଜିଲ୍ଲାରେ ଅପରାହ୍ନ ୨ଟା ୨୨ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ତେବେ କେଉଁଠି କିଛି କ୍ଷୟକ୍ଷତିର ସୂଚନା ନାହିଁ।

ଝାରଖଣ୍ଡ ସିଂହଭୂମ ଅଞ୍ଚଳରେ ରବିବାର ଅପରାହ୍ନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିମ୍ମୋଲୋଜି ଅନୁଯାୟୀ, ରାଜ୍ୟର ସିଂହଭୂମ ଅଞ୍ଚଳରେ ଭୂଇଁ ଦୋହଲିବା ଖବର ଆସିଥିଲା। ଭୂକମ୍ପ ଝଟକା ଅନୁଭୂତ ହେବା କ୍ଷଣି ଲୋକେ ନିଜ ଘରୁ ବାହାରକୁ ଚାଲି ଆସିଥିଲେ।

Leave a comment