ମା’ଙ୍କ ଦେହାନ୍ତ ପରେ ଅକ୍ଷୟ କୁମାରଙ୍କୁ ଶୋକ ସନ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସେପ୍ଟେମ୍ବର ୮ ତାରିଖରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଛି। ସେଲିବ୍ରିଟିଙ୍କ ସମେତ ପ୍ରଶଂସକ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅକ୍ଷୟ କୁମାରଙ୍କୁ ଶୋକ ସମ୍ବାଦ ପଠାଇଛନ୍ତି।

ଅକ୍ଷୟ କୁମାର ପିଏମ ମୋଦିଙ୍କ ଶୋକ ସମ୍ବାଦ ପତ୍ରକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ଶୋକ ସନ୍ଦେଶ ପତ୍ରର ଆରମ୍ଭରେ ମୋଦି ଲେଖିଛନ୍ତି, ‘ମୋ ପ୍ରିୟ ଅକ୍ଷୟ, ଏହିଭଳି ପତ୍ର ଯଦି ମୋତେ କେବେ ନ ଲେଖିବାକୁ ପଡିଥାନ୍ତା ତାହେଲେ ବହୁତ ଭଲ ହୋଇଥାନ୍ତା। ଏକ ଆଦର୍ଶ ଦୁନିଆରେ ଏହିଭଳି ସମୟ କେବେ ଆସିବା କଥା ନୁହେଁ। ଆପଣଙ୍କ ମା’ ଅରୁଣା ଭାଟିଆଙ୍କ ଦେହାନ୍ତ ଖବର ଶୁଣି ଦୁଃଖ ହେଲା।’

ମୋଦି ନିଜ ଚିଠିରେ ଆଗକୁ ଲେଖିଛନ୍ତି,’ଆପଣ ବହୁତ ପରିଶ୍ରମ ଓ ସଂଘର୍ଷ ପରେ ସଫଳତାର ସ୍ୱାଦ ଚାଖିଛନ୍ତି। ଆପଣ ନିଜର ଦୃଢ ସଂକଳ୍ପ ଓ ପରିଶ୍ରମରେ ନିଜ ପରିଚୟ ସୃଷ୍ଟି କରିଛନ୍ତି। ନିଜ ଯାତ୍ରାରେ ଠିକ ମୂଲ୍ୟବୋଧ ଓ ନୈତିକ ଶକ୍ତିକୁ ବଜାୟ ରଖିଛନ୍ତି ଯେଉଁଥିପାଇଁ ସହଜରେ ବିପରୀତ ପରିସ୍ଥିତିକୁ ଅବସରରେ ବଦଳାଇ ପାରିବେ ଓ ଏହି ଶିକ୍ଷା ପିତାମାତାଙ୍କ ଠାରୁ ମିଳିଛି। ଯେତେବେଳେ ଆପଣ ନିଜ କ୍ୟାରିଅର ଆରମ୍ଭ କଲେ, ମୋତେ ସନ୍ଦେହ ଯେ ରାସ୍ତାରେ ଆସୁଥିବା ଲୋକଙ୍କୁ ସନ୍ଦେହ ନିଶ୍ଚୟ ହୋଇଥିବ, କିନ୍ତୁ ଆପଣଙ୍କ ମା’ ପଥର ଭଳି ଆପଣଙ୍କ ସହ ଛିଡା ହୋଇଥିବେ। ଆପଣ ସବୁବେଳେ ଦୟାଳୁ ଓ ବିନମ୍ର ରହିବା ପଛରେ ନିଶ୍ଚୟ ତାଙ୍କ ହାତ ଥିବ।

Leave a comment