କେମିତି ତୋଳିବେ ଆଉ କେଉଁ ବାରେ ତୋଳିବେ ତୁଳସୀ ପତ୍ର ଜାଣନ୍ତୁ

0

ହିନ୍ଦୁ ଧର୍ମ, ଜ୍ୟୋତିଷ ଶାସ୍ତ୍ର ଓ ଆୟୁର୍ବେଦରେ ତୁଲସୀ ଗଛର ବିଶେଷ ମହତ୍ତ୍ୱ ରହିଛି। ତୁଲସୀ ସହିତ ଜଡିତ ଅନେକ ପୌରାଣିକ କାହାଣୀ ଓ ମାନ୍ୟତା ହିନ୍ଦୁ ଶାସ୍ତ୍ରରେ ଦେଖିବାକୁ ମିଳେ। ତୁଳସୀ ଭଗବାନ ବିଷ୍ଣୁଙ୍କ ଅତ୍ୟନ୍ତ ପ୍ରିୟ। ଘରେ ତୁଳସୀ ଗଛ ଲଗାଇବା ଏବଂ ଏହାର ପତ୍ର ଖାଇବା ଦ୍ଵାରା ଅନେକ ଲାଭ ମିଳିଥାଏ। ପରିବେଶକୁ ସୁଦ୍ଧ କରୁଥିବା, ଏବଂ ସକରାତ୍ମକତା ଆଣୁଥିବା ତୁଳସୀ ଗଛକୁ ଘର ସମ୍ମୁଖରେ ଲଗାଇବା ପାଇଁ ଅନେକ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ତେବେ ହିନ୍ଦୁ ଧର୍ମ ଶାସ୍ତ୍ରରେ ତୁଳସୀ ପତ୍ର ତୋଳିବାର କେତେକ ସ୍ଵତନ୍ତ୍ର ନିୟମ ରହିଛି। ଯାହାଦ୍ଵାରା ଘରକୁ ସମୃଦ୍ଧି, ସୁଖଶାନ୍ତି ଆସିଥାଏ। ହେଲେ କିଛି ଲୋକ ନିଜ ଅଜାଣତରେ ଅସମୟରେ ତୁଳସୀ ପତ୍ର ତୋଳି ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

– ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ତୁଲସୀ ପତ୍ର ରବିବାର ଦିନ ତୋଳିବା ଉଚିତ ନୁହେଁ କିମ୍ବା ତୁଳସୀ ଗଛରେ ଜଳ ଦିଆଯିବା ଉଚିତ ନୁହେଁ। ଏହା ବ୍ୟତୀତ ଅମାବାସ୍ୟା, ଚତୁର୍ଦ୍ଦଶୀ ଏବଂ ଦ୍ୱାଦଶୀ ଦିନ ତୁଳସୀ ପତ୍ର ତୋଳିବା ଅଶୁଭ ହୋଇଥାଏ ବୋଲି ବିବେଚନା କରାଯାଏ। ଏହି ଦିନ ତୁଳସୀ ପତ୍ର ତୋଳିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ।

– ତୁଳସୀ ପତ୍ର ସୂର୍ଯ୍ୟୋସ୍ତ ପରେ କେବେବି ତୋଳା ଯିବା ଉଚିତ୍ ନୁହେଁ। ବିଶ୍ୱାସ କରାଯାଏ ଯେ ମା’ ତୁଳସୀ ଦେବୀ ରାଧାଙ୍କର ଏକ ରୂପ ଏବଂ ସନ୍ଧ୍ୟାରେ ଶ୍ରୀ ରାଧାରାଣୀ ଜଙ୍ଗଲକୁ ଯାଇ ଶ୍ରୀକୃଷ୍ଣଙ୍କ ସହ ରାସ ରଚାନ୍ତି। ଏପରି ପରିସ୍ଥିତିରେ, ସନ୍ଧ୍ୟାରେ ତୁଳସୀ ପତ୍ର ତୋଳିବା ରାସକୁ ବାଧା ଦେଇଥାଏ। ଏବଂ ରାଧା କୃଷ୍ଣଙ୍କର ଅଭିଶାପ ପଡିଥାଏ। ଅନ୍ୟ ପକ୍ଷରେ କୌଣସି ଗଛର ପତ୍ର ରାତିରେ ଛିଦେଇବା ଉଚିତ୍ ନୁହେଁ ବୋଲି ବୈଜ୍ଞାନିକମାନେ ପରାମର୍ଶ ଦେଇଥାନ୍ତି।

– ସୂର୍ଯ୍ୟ ଗ୍ରହଣ ଏବଂ ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ତୁଳସୀ ପତ୍ର ତୋଳିବା ଉଚିତ୍ ନୁହେଁ।

-ତୁଳସୀ ଗଛକୁ ସ୍ନାନ ନକରି ଛୁଇଁବା ଉଚିତ୍ ନୁହେଁ। ଏହାଦ୍ବାରା ଘୋର ପାପ ଲାଗିଥାଏ ବୋଲି କୁହାଯାଏ। ଭଗବାନଙ୍କୁ ଅର୍ପଣ କରିବା ପାଇଁ ତୁଳସୀ ପତ୍ର ବ୍ୟବହାର କରୁଥିଲେ ମନେରଖନ୍ତୁ ଯେ ପତ୍ରଗୁଡିକ ୧୧ ଦିନରୁ ଅଧିକ ହେବା ଉଚିତ୍ ନୁହେଁ । ତୁଳସୀ ପତ୍ର କେବେବି ନଖରେ ତୋଲାନ୍ତୁ ନାହିଁ, ଏହାକୁ ଆଙ୍ଗୁଠି ଟିପ୍ ସାହାଯ୍ୟରେ ତୋଳନ୍ତୁ। ତେବେ ପତ୍ର ତୋଳିବା ପରିବର୍ତ୍ତେ, ପୂର୍ବରୁ ଝଡିଯାଇଥିବା ପତ୍ରକୁ ବ୍ୟବହାର କରିବା ଭଲ ହୋଇଥାଏ।

-ଘରେ କେବେବି ଶୁଖିଲା ତୁଳସୀ ଗଛ ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ଏହାଦ୍ବାରା ଘରେ ଅଶାନ୍ତି ସାଙ୍ଗକୁ ପରିବାର ଲୋକଙ୍କର ସର୍ବଦା ସ୍ବାସ୍ଥ୍ୟ ଖରାପ ହୋଇଥାଏ। ଯଦି ତୁଳସୀ ଗଛ ଶୁଖିଯାଏ ତେବେ ତାକୁ ଏଣେତେଣେ ନଫୋପାଡ଼ି ଏକ ପ୍ରବାହିତ ନଦୀ ବା ପୋଖରୀ ଜଳରେ ଫୋପାଡି ଦିଅନ୍ତୁ।

-ତୁଲସୀ ପତ୍ର କେବେବି ଭଗବାନ ଶିବ ଏବଂ ଗଣେଶଙ୍କୁ ଅର୍ପଣ କରନ୍ତି ନାହିଁ, ଏହାଦ୍ବାରା ଘୋର ବିପଦ ଆସିଥାଏ ବୋଲି କୁହାଯାଏ।

Leave a comment