ଜାଣନ୍ତୁ ଏମିତିକା ଲାଲ ଅଙ୍ଗୁର ବିଷୟରେ ଯାହାର ଛୋଟ ଗୁଚ୍ଛର ମୂଲ୍ୟ ୭.୫ ଲକ୍ଷ ଟଙ୍କା

0

ଶିରୋନାମାଟି ପଠନ କରି ଆପଣଙ୍କୁ ନିଶ୍ଚୟ ଅବିଶ୍ୱାସ ଲାଗୁଥାଇପାରେ । କିନ୍ତୁ ଏହା ବାସ୍ତବତା । ସାଧାରଣତଃ ଅଙ୍ଗୁରର ରଙ୍ଗ କଳା, ସବୁଜ ହୋଇଥିବା ସ୍ଥଳେ ଏ ଲାଲ ଅଙ୍ଗୁର ପୁଣି କେଉଁଠି ମିଳୁଛି? ମୂଲ୍ୟ ଜାଣି ବି ଆଶ୍ଚର୍ଯ୍ୟ ହେଉଥିବେ । ତେବେ ପାଠକବନ୍ଧୁ ! ଏହି ପ୍ରକାର ଅଙ୍ଗୁର ଛୋଟ ଗୁଚ୍ଛକୁ ଜାପାନରେ ୭.୫ ଲକ୍ଷ ଟଙ୍କା ଦେଇ ସେଠାକାର ଲୋକେ କିଣିଥାନ୍ତି । ଏହି ଅଙ୍ଗୁର ପ୍ରଜାତିର ଏକ ନାମ ଋବୀ ରୋମନ । ଏହି ବିଶେଷ ପ୍ରକାର ପ୍ରଜାତିର ଗୋଟିଏ ଅଙ୍ଗୁରର ଓଜନ ପ୍ରାୟ ୨୦ ଗ୍ରାମ ହେବ । ଏକ ଗୁଚ୍ଛରେ ପ୍ରାୟ ୨୪ ଟି ଅଙ୍ଗୁର ରହିଥାଏ । ଅତ୍ୟଧିକ ମୂଲ୍ୟ ହେତୁ ଏହି ଜାତୀୟ ଅଙ୍ଗୁରକୁ ଧନୀ ଶ୍ରେଣୀର ଲୋକମାନେ ଖାଦ୍ୟ ଭାବରେ ବ୍ୟବହାର କରିଥାନ୍ତି । ତେବେ ରିପୋର୍ଟ ଅନୁସାରେ, ଅଙ୍ଗୁରର ଏହି ପ୍ରଜାତିକୁ ଇଶିକାବା ପ୍ରାନ୍ତର ସରକାର ବିକଶିତ କରିଥିଲେ ବୋଲି ବିଶ୍ୱାସ କରାଯାଏ କୁହାଯାଏ । ଏହି ଅଙ୍ଗୁର ସ୍ୱାଦ ଖୁବ ମିଠା । ଏହାକୁ ଜାପାନରେ ଅନେକ ଶୁଭ ଅବସର କିମ୍ବା ବିଶେଷ ପର୍ବ ସମୟରେ ଉପହାର ଭାବେ ଦିଆଯାଏ । ଏହି ଋବୀ ରୋମନ ନାମକ ଅଙ୍ଗୁର ଜାପାନରେ ସହଜରେ ନମିଳିଥାଏ । ତେଣୁ ଚାହିଦା ଦୃଷ୍ଟିରୁ ଜାପାନରେ ଏହାର ଦାମ ଖୁବ୍‌ ଅଧିକ ହୋଇଥାଏ ।

Leave a comment