ପୋଦିନା-ରସୁଣ ପରଟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):
ସାମଗ୍ରୀ
୨ କପ୍ ଗହମ ଅଟା
ଏକ କପ୍ ପୋଦିନା ପତ୍ର
ରସୁଣ ୪ କୋଲା (ଚୋପା ଛଡା ହୋଇଥିବା)
୨ଟି କଞ୍ଚା ଲଙ୍କା (କଟା ହୋଇଥିବା)
ଏକ ବଡ ଚାମଚ ଘିଅ
ସ୍ୱାଦାନୁସାରେ ଲୁଣ
ଆବଶ୍ୟକ ଅନୁସାରେ ପାଣି
ପ୍ରସ୍ତୁତି ପ୍ରଣାଳୀ
ପୋଦିନା-ରସୁଣର ପରଟା ବନାଇବା ପାଇଁ ପ୍ରଥମେ ପୋଦିନା ପତ୍ର, ରସୁଣ, କଞ୍ଚା ଲଙ୍କା ଏବଂ ଅଳ୍ପ ପାଣି ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ଏକ ପାତ୍ରରେ ଅଟା ଛାଣି ଦିଅନ୍ତୁ। ଏଥିରେ ପୋଦିନାର ମିଶ୍ରଣ, ଲୁଣ ଏବଂ ପାଣି ପକାଇ ନରମ କରି ଚକଟି ଦିଅନ୍ତୁ। ଏହାପରେ ଏହାକୁ ଛୋଟ ଛୋଟ ଗୋଳା କରିଦିଅନ୍ତୁ। ମିଡିୟମ ଆଞ୍ଚରେ ତାଓ୍ଵା ଗରମ କରିବାକୁ ରଖିଦିଅନ୍ତୁ। ଏବେ ଗୋଲାକୁ ନେଇ ପରଟା ଭଳି ବେଲି ଦିଅନ୍ତୁ।
ଏହାପରେ ତାଓ୍ଵାରେ ଘିଅ ଗରମ କରି ଚିକ୍କଣ କରିଦିଅନ୍ତୁ। ଏହାପରେ ପରଟାକୁ ମଧ୍ୟମ ଆଞ୍ଚରେ ସେକିଦିଅନ୍ତୁ। ଏହାପରେ ପରଟାର ଉପର ଭାଗକୁ ଘିଅ ଲଗାଇ ଚିକ୍କଣ କରିଦିଅନ୍ତୁ ଏବଂ ଏହାକୁ ଓଲଟାଇ ତଳ ପାଖକୁ ବି ସେକି ଦିଅନ୍ତୁ। ଏବେ ଏକ ପ୍ଲେଟକୁ ଏହି ପରଟାକୁ ରଖିଦିଅନ୍ତୁ। ଏହିପରି ଭାବେ ସମସ୍ତ ପରଟାକୁ ବନାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ପୋଦିନା-ରସୁଣ ପରଟା। ଏହାକୁ ଆଣ ରାଇତା, ଚଟଣୀ କିମ୍ବା ଦହି ସହିତ ସର୍ଭ କରିପାରିବେ।