ଏହି ସମୟରେ ନିଜ ଘରେ ପ୍ରାକୃତିକ ଉପାୟରେ ତିଆରି କରନ୍ତୁ ଫେସ୍ ୱାଶ୍

ସାଧାରଣତଃ ଆମ ମୁଁହର ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ । ତେଣୁ ଏହାର ସମ୍ପୂର୍ଣ୍ଣ ଯତ୍ନ ନେବା ନିହାତି ଜରୁରୀ । ଖାସକରି ଯେତେବେଳେ ଆମେ କେମିକାଲ ପ୍ରଡକ୍ଟ ବ୍ୟବହାର କରୁ ସେଗୁଡିକ ଧୀରେ ଧୀରେ ଆମ ଚର୍ମକୁ ନଷ୍ଟ କରନ୍ତି । ତେଣୁ ସର୍ବଦା ହର୍ବାଲ୍ ପ୍ରଡକ୍ଟ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ତେଣୁ ଆମକୁ ରାସାୟନିକ ମୁକ୍ତ ଉତ୍ପାଦ ବ୍ୟବହାର କରିବା ଆବଶ୍ୟକ । ସାଧାରଣତଃ ଆମେ ମୁଁହର ଯତ୍ନର ଆରମ୍ଭ ଫେସ୍ ୱାଶରୁ କରିଥାଉ । ଯଦି ଆମ ପାଖରେ ଘରେ ପ୍ରାକୃତିକ ଉପାୟରେ ତିଆରି ହୋଇଥିବା ଫେସ୍ ୱାଶ ଅଛି ତାହେଲେ ଆମେ ନିଜ ତ୍ୱଚାକୁ ନେଇ ଚିନ୍ତାମୁକ୍ତ ରହିପାରିବା । ତାହେଲେ ଆସନ୍ତୁ ଜାଣିବା ଘରେ ଆମେ ପ୍ରାକୃତିକ ଉପାୟରେ କିପରି ଫେସ୍ ୱାଶ ପ୍ରସ୍ତୁତ କରିବା ।
କମଳା ଚୋପା ପାଉଡରରେ ତିଆରି ଫେସ୍ ୱାଶ୍-
ଘରେ ଫେସ୍ ୱାଶ ତିଆରି କରିବା ପାଇଁ ପ୍ରଥମେ ଶୁଖିଲା କମଳା ଚୋପାକୁ ଗ୍ରାଇଣ୍ଡିଙ୍ଗ କରି ଏକ ପାଉଡର ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ସେଥିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ, ମହୁ ଏବଂ ଗୋଲାପଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆପଣ ଏହାକୁ ବ୍ୟବହାର କରିପାରିବେ । ଏହି ଫେସ୍ ୱାଶର ନିୟମିତ ବ୍ୟବହାର ତ୍ୱଚାକୁ କୋମଳ କରିଥାଏ ଏବଂ ସଫ୍ଟ ସହିତ ଚମକଦାର ମଧ୍ୟ ବନାଇଥାଏ । କେବଳ ସେତିକି ନୁହେଁ ଏହା ଚେହେରାର ଦାଗ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ।
ମୁଲତାନି ମାଟିରେ ତିଆରି ଫେସ୍ ୱାଶ୍-
1 ଚାମଚ ମୁଲତାନି ମାଟିରେ ଅଳ୍ପ ବୁନ୍ଦା ଲେମ୍ବୁ ରସ, 1 ଚାମଚ ଗୋଲାପଜଳ ପକାଇ ଭଲ ଭାବରେ ମିଶାନ୍ତୁ । ଏହି ପେଷ୍ଟକୁ ପୁରା ମୁହଁରେ ଲଗାନ୍ତୁ ଏବଂ ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଶୁଖାନ୍ତୁ, ତା’ପରେ ମୁହଁକୁ ଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ ।
ଯଦି ବ୍ରଣ ସମସ୍ୟା ଥାଏ, ତେବେ ଏହି ଫେସ୍ ୱାଶକୁ ନିୟମିତ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । ମୁଲତାନି ମାଟି ତ୍ୱଚାରୁ ଅତିରିକ୍ତ ତେଲକୁ ଶୋଷିଦେଇଥାଏ । ଲେମ୍ବୁ ଏକ କ୍ଲିନଜର୍ ଭାବରେ କାମ କରେ । ଆସ୍ପିରିନ୍ ଟାବଲେଟ୍ ଜୀବାଣୁ ସଂକ୍ରମଣକୁ ଦୂର କରିବାରେ ସାହାଯ୍ୟ କରିଥାଏ ।
ଆଲୋବେରାରେ ତିଆରି ଫେସ୍ ୱାଶ୍-
ଆଲୋଭେରା ଫେସ୍ ୱାଶ୍ ପ୍ରସ୍ତୁତ କରିବାକୁ, ଆଲୋ ଭେରା ଜେଲ୍, ଲେମ୍ବୁ ରସ, ଗୋଲାପଜଳକୁ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ଆପଣଙ୍କର ଚେହେରାରେ ଲଗାଇ ଭଲଭାବେ ମାଲିସ୍ କରନ୍ତୁ । ତା’ପରେ ମୁହଁକୁ ଶୁଦ୍ଧ ପାଣିରେ ଧୋଇ ଦିଅନ୍ତୁ । ଏହି ଫେସ୍ ୱାଶ୍ ଚେହେରାରେ ଚମକ ଆଣିଦେବା ସହିତ ଚେହେରାର ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ ।