ଓମ୍-ଦୀପୁ ଅପହରଣ ଓ ହତ୍ୟା ଘଟଣା : ଫେରାର ଅଭିଯୁକ୍ତ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ୨୩।୮: ବହୁ ଚର୍ଚ୍ଚିତ ଓମ୍ ଓ ଦୀପୁ ଅପହରଣ ଓ ହତ୍ୟା ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ଧଳବ୍ରଦର୍ସଙ୍କ ସହଯୋଗୀ ବୋଲି ଜଣାପଡିଛି । ହତ୍ୟାକାଣ୍ଡ ପରଠୁ ଫେରାର ଥିଲା ଅଭିଯୁକ୍ତ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରେସମିଟରେ ଅଧିକ ସୂଚନା ଦେବେ ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହା ନଭେମ୍ବର ୧୨ ତାରିଖରେ ଓମ୍ ଓ ଦୀପୁଙ୍କୁ ଅପହରଣ କରାଯାଇଥିଲା । ପରେ ଉଭୟଙ୍କୁ ହତ୍ୟା କରି ବାହାର ରାଜ୍ୟରେ ନେଇ ଫୋପାଡି ଦେଇଥିଲେ । ଝାଡଖଣ୍ଡର ଏକ ପୋଲ ନିକଟରୁ ଉଭୟଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଥିଲା ପୋଲିସ ।