ତିତଲି କ୍ଷୟକ୍ଷତିର ଆକଳନ କରିବାକୁଆସନ୍ତା ସପ୍ତାହରେ ଓଡିଶା ଆସିବେ କେନ୍ଦ୍ରୀୟ ଟିମ୍, ଏସଆରସି ଦେଲେ ସୂଚନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ତିତଲିରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ଆଜି ବାତ୍ୟା ତିତଲି ସମୀକ୍ଷା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ବାତ୍ୟା ତିତଲି ସମୀକ୍ଷା ବୈଠକ ରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀ ପାଢୀ ଅଙ୍ଗନବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ତିତଲି ପ୍ରଭାବିତ ଲୋକଙ୍କ ବ୍ୟାଙ୍କ ଖାତା ସମ୍ୱନ୍ଧରେ ତଥ୍ୟ ସଂଗ୍ରହ କରିବାକୁ । ଏହି ବ୍ୟାଙ୍କ ଖାତା ତଥ୍ୟ ଅନୁସାରେ କ୍ଷତିଗ୍ରସ୍ତ ଙ୍କ ପାଖକୁ ସିଧାସଳଖ ରିଲିଫ ଟଙ୍କା ପଠାଯିବ ବୋଲି ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଏହି ବୈଠକରେ ଶ୍ରୀ ପାଢି ଭିଡିଓ କନଫରେନ୍ସି ଦ୍ୱାରା ଗଞ୍ଜାମ ଓ ଗଜପତି ଅଞ୍ଚଳର ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି । ସେହିପରି, ଆସନ୍ତା ସପ୍ତାହରେ କେନ୍ଦ୍ରୀୟ ଟିମ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପାଇଁ ଆସିବା ନେଇ ସୂଚନା ଦେଇଛନ୍ତି ଏସଆରସି । ଗଜପତିରେ ୧୪କୋଟି ଓ ଗଞ୍ଜାମ ଜିଲ୍ଲାକୁ ୬୦ କୋଟି ଟଙ୍କାର ରିଲିଫ ସହାୟତା ଯୋଗାଇ ଦିଆଯାଇଛି । ଏହି ବାତ୍ୟା ତିତଲି ର ପ୍ରଭାବରେ ଗଜପତି ଜିଲ୍ଲାର କାଜୁ ଚାଷୀ ପ୍ରଭାବିତ ହୋଇଥିବା ଜଣାପଡିଛି । ତେଣୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତେକ କାଜୁ ଚାଷୀ ଙ୍କୁ ଏକର ପ୍ରତି ୧୮ ହଜାର ଟଙ୍କା ଦିଆଯିବ । ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ ।

Leave a comment