ଭୁବନେଶ୍ୱର ରେ ୧୨ ଜଣ ନାବାଳକ, ୭ ଜଣ ନାବାଳିକା କରୋନା ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଟିକେ ଅସ୍ବସ୍ତି ଦେଇଥିବା ବେଳେ ଚିନ୍ତା ବଢାଇଛି ୧୮ ବର୍ଷରୁ କମ ବୟସର ପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହେଉଥିବାର ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଆଜି ୧୯୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ଯରୁ ସଙ୍ଗରୋଧରୁ ୪୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୫୧ଜଣ ରହିଛନ୍ତି । ଏଥି ମଧ୍ଯରେ ୧୮ ବର୍ଷରୁ କମ ବୟସର ପିଲା ୧୯ ଜଣ ସଂକ୍ରମିତ ହୋଇଛନ୍ତି। ୧୯ ଜଣଙ୍କ ମଧ୍ଯରୁ ୫ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି । ଏହି ୧୯ ଜଣ ସଂକ୍ରମିତଙ୍କ ମଧ୍ଯରେ ୧୨ ଜଣ ନାବାଳକ ଓ ୭ଜଣ ନାବାଳିକା ରହିଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି। ଅପରପକ୍ଷରେ ଆଜି ଭୁବନେଶ୍ବରରୁ ୧୮୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।