ଵରିଷ୍ଟ ସାମ୍ବାଦିକ ଭଵାନି ପ୍ରସାଦ ଦାସଙ୍କ ପିତୄ ବିୟୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ପ୍ରତୁଷରେ ପୁରୁଣା ଭୁବନେଶ୍ୱର ର ଭିମଟାଙ୍ଗି ଅଞ୍ଚଳର ଜଣାଶୁଣା ବ୍ୟକ୍ତି ଭଗବାନ ଦାସଙ୍କ ଅକାଳ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ବୟସ ୭୧ ହୋଇଥିଲା । ସେ ପରୋପକାରୀ ବ୍ୟକ୍ତି ଥିଲେ । ସରକାରୀ ଚାକିରିରୁ ଆବସର ନେବା ପରେ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଚାରୋଟି ପୁତ୍ର ଅଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଧର୍ମପତ୍ନୀ, ପୁତ୍ର, ପୁତ୍ରବଧୁ, ନାତି, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ବଡ ପୁଅ ଭବାନି ପ୍ରସାଦ ଦାସ କନକ ନ୍ୟୁଜରେ ବରିଷ୍ଟ ସାମ୍ବାଦିକ ଭାବେ କାର୍ଯ୍ୟ କରନ୍ତି । ଶ୍ରୀ ଭଗବାନ ଦାସଙ୍କ ମୃତ୍ୟୁରେ ପୁରୁଣା ଭୁବନେଶ୍ୱର ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।