ନିଜ ଜନ୍ମତିଥିରେ ବିଦାୟ ନେଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଡି ତିୱାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଡି ତିୱାରିଙ୍କ ଆଜି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଡି ତିୱାରି ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ୯୩ ବର୍ଷୀୟ ଏନ୍.ଡି ତିୱାରି ଙ୍କ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା । ବରିଷ୍ଠ କଂଗ୍ରେସ ନେତା ତିୱାରୀ ୩ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ସେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ପରେ ସେ କର୍ଣ୍ଣାଟକର ରାଜ୍ୟପାଳ ଥିଲେ । ନିଜର ୯୩ତମ ଜନ୍ମତିଥିରେ ବରିଷ୍ଠ କଂଗ୍ରେସ ନେତା ତିୱାରୀଙ୍କର ବିୟୋଗ ଘଟିଛି ।