ରାତି ଅଧିଆ ବଦଳି ହେଲେ ମନ୍ତ୍ରୀଙ୍କ ପିଏସ, ବନ୍ଧା ହେବେ ପିଏସ, ସ୍କାନରରେ ମନ୍ତ୍ରୀ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାତି ଅଧିଆ ବଦଳି ହେଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପିଏସ । ତାଙ୍କୁ କୋରାପୁଟ ଡିଭିଜନ କୁ କରାଯାଇଛି ବଦଳି । ବର୍ତ୍ତମାନ ଜଙ୍ଗଲ ବିଭାଗର ଅନେକ କର୍ମଚାରୀ ଭିଜିଲାନ୍ସ ଟାର୍ଗେଟରେ ଥିବାବେଳେ ବେଳେ ହଠାତ ରାତିଅଧରେ ପିଏସ ଙ୍କ ବଦଳି ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି କି କୌଣସି କେଲଙ୍କାରୀରେ ସମ୍ପୃକ୍ତ ନାହାନ୍ତି ତ ପିଏସ ?

ସୂଚନା ଅନୁଯାୟୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଂଜନ ବେହେରାଙ୍କୁ ରାତି ଅଧିଆ କୋରାପୁଟ ଡିଭିଜନକୁ ବଦଳି କରାଯାଇଛି । ଏପରିକି ମନ୍ତ୍ରୀ ବିକ୍ରମ ଆରୁଖ ଏସମ୍ୱନ୍ଧରେ ଜାଣିପାରିଲେନି । ଗୋଟିଏ ଘଣ୍ଟା ମଧ୍ୟରେ କାମ ଶେଷ ।

ଶ୍ରୀ ବେହେରାଙ୍କ ବଦଳି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍କାର୍ନରରେ ମନ୍ତ୍ରୀ ବିକ୍ରମ ଆରୁଖ । କେଉଁ ପରିସ୍ଥିତିରେ ତାଙ୍କ ପିଏସଙ୍କ ବଦଳି କରାଗଲା, ତାଙ୍କ ବିରୋଧରେ କି ଅଭିଯୋଗ ଥିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅନେକ ତାଙ୍କୁ ସୌମ୍ୟରଂଜନ ମାମଲା ସହିତ ଯୋଡୁଥିବା ବେଳେ କିଏ ବଡ କେଳେଙ୍କାରୀରେ ତାଙ୍କ ନାଁ ଯୋଡୁଛି । ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ତାଙ୍କ ଉପରେ ଭିଜିଲାନ୍ସ ଢେର୍ ଦିନ ହେଲା ନଜର ରଖିଥିଲା । ଏବଂ ଏକ ବଡ କେଲଙ୍କାରୀରେ ସେ ଜଡ଼ିତ ଥିବା ସୂଚନା ମିଳିଛି ।

ଜଙ୍ଗଲ ଓ ପରିବେଶ ବିଭାଗର ଯେ କୌଣସି ବଦଳିରେ ଦୀପ୍ତିଙ୍କର ଜୋରଦାର ଦବଦବା ଥିଲା। କେଉଁ ଅଫିସର ମନ୍ତ୍ରୀଙ୍କୁ ଦେଖା କରିବେ, କାହାର ବଦଳି ହେବ ଓ କାହାର ବଦଳି ବାତିଲ୍ ଏସବୁ କାମରେ ମାତିଥିଲେ ଦୀପ୍ତି । ଏବେ ପିଏସ୍‌ଙ୍କର ପଦବି ଯିବା ପରେ ମନ୍ତ୍ରୀ ଶ୍ରୀ ଆରୁଖ ବିପଦକୁ ଆସିଯାଇଛନ୍ତି । ପୂର୍ବରୁ ଆର୍‌ଏନ୍ଏରେ କୁହାଯାଇଥିଲା ଯେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କର ଧାରଣା ଆଦୌ ଠିକ୍ ନାହିଁ । ବିକ୍ରମ କେଶରୀ ଆରୁଖଙ୍କ ପଦବି ଆଦୌ ବିପଦମୁକ୍ତ ନୁହେଁ । ତାଙ୍କ ବିରୋଧରେ ସରକାର ଆଗକୁ ବଡ କାର୍ଯ୍ୟାନୁଷ୍ଠାନ ଯେ ନ ନେବେ ତାହାକୁ ଏଡାଇ ଦେଇ ହେବନାହିଁ । ଏପରିକି ତାଙ୍କ ମନ୍ତ୍ରୀ ପଦ ଯାଇପାରେ ବା ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ପରି ବହିଷ୍କାର କରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲେଣି ।

ଗଞ୍ଜାମରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ପୂର୍ବରୁ ଭଳି ଲୋକପ୍ରିୟତା ନଥିବା ଏବଂ ବିଭିନ୍ନ କେଲଙ୍କାରୀରେ ତାଙ୍କ ନାଁ ଯୋଡ଼ିହେବା ଶୁଣିବାକୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ଅନେକ ଦିନରୁ ନଜର ରଖିଥିଲେ । ଏବଂ ଅଭିଜ୍ଞ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ପାତ୍ରଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଥିଲା ।