ଆପରାହ୍ନରେ ଏସଆରସି ଘୋଷଣା କରିବେ ନୂତନ ଗାଇଡଲାଇନ୍‌,‌ ପଢ଼ନ୍ତୁ

0

ଡ଼ିଶା ଫାଷ୍ଟ (ବ୍ୟୁରୋ) କଣ ରହିବ ଅଗଷ୍ଟ ମାସର ଗାଇଡଲାଇନ୍‌। ଏ ନେଇ ଆଜି ଆପରାହ୍ନ ୩. ୩୦ ମିନିଟରେ ଘୋଷଣା କରିବେ ଏସଆରସି ପ୍ରଦୀପ କୁମାର ଜେନ। ସୂଚନା ଅନୁସାରେ ଦୈନିକ ସଂକ୍ରମଣ ହାର ଅଧିକ ଥିବା ୫ଟି ଜିଲ୍ଲାରେ କଟକଣା ବଳବତ୍ତର ରହିବ ।

ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍‌ ତାହାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାଜ୍ୟରେ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡିଲେ ପ୍ରାୟ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ପାଇବାରେ ଲାଗିଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ ପୂର୍ବରୁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ କଟକଣା ଏବେ ବି ବଳବତ୍ତର ରହିଛି ।

ମଲ୍‌, ସିନେମା ହଲ୍‌ ଖୋଲିବାକୁ ଅନୁମତି ମିଳିନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ରହିଛି ।

ସେହିପରି ବିବାହ, ବ୍ରତଘର ଓ ଶୁଦ୍ଧି କାମରେ କେତେ ଲୋକେ ଯୋଗଦେବେ ସେନେଇ କଟକଣା ରହିଛି । ତେଣୁ ଗୋଟିଏ ପଟେ କରୋନାର ସମ୍ଭାବ୍ୟ ତୃତୀୟ ଲହରର ଭୟ ଓ ଅନ୍ୟପଟେ ଜୀବନ, ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ୍‌ ହେବ ନାହିଁ, ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଅଗଷ୍ଟ ମାସ ପାଇଁ ଶନିବାର ଗାଇଡଲାଇନ ଘୋଷଣା ହେବ । ସେ ନେଇ କମିଟି ନିଷ୍ପତ୍ତି ନେବେ । କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ରହିଛି । ଆଗରୁ ୫୦୦ ଉପରେ ରହୁଥିଲା ପିଜିଟିଭ ସଂଖ୍ୟା । ଏବେ ଏହା ସାମାନ୍ୟ ଖସି ୪୦୦ରେ ରହୁଛି । ଏଭଳି ସ୍ଥିତିରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଖୋଲା ଛଡ଼ାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ରାଜ୍ୟ ସରକାର ମହାମାରୀ କରୋନା ସଂକ୍ରମଣ ଉପରେ ବ୍ରେକ୍‌ ଲଗାଇବାକୁ ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍‌ଲାଇନ୍‌ର ଅବଧି ରବିବାର ସକାଳ ୬ଟାରେ ସମାପ୍ତ ହେବ । ତେଣୁ ଏହାପୂର୍ବରୁ ଅର୍ଥାତ ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କରାଯିବା ଏକପ୍ରକାର ନିଶ୍ଚିତ ।

 

Leave a comment