ହାଇଦରକୁ ଏନକାଉଣ୍ଟର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର ନେଇ ସଦ୍ୟ ତଥ୍ୟ ମିଳିଛି । ବାରିପଦା ନିକଟରେ ହାଇଦରକୁ ଏନକାଉଣ୍ଟର କରାଯାଇଛି । ଚୌଦ୍ୱାରରୁ ବ।ରିପଦା ଜେଲକୁ ନିଆଯାଉଥିବା ବେଳେ ଏହି ଏନକାଉଣ୍ଟର ହୋଇଛି ।
ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ଅପରାହ୍ନ ପ୍ରାୟ ୩ଟା ୨୦ରେ ହାଇଦର ପରିଶ୍ରା ଯିବା ପାଇଁ କଟକ ପୁଲିସର ଏସ୍କଟ ଟିମକୁ କହିଥିଲା । ସେଠାରୁ ସେ ସୁଯୋଗ ଦେଖି ଖସି ପଳାଇବାକୁ ଉଦ୍ୟମ କରିଥିଲା । ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଛଡାଇବାକୁ ଉଦ୍ୟମ କରିଥିଲା । ଉପାୟ ନ ପାଇ ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଗୁଳି ଚଳାଇଥିଲେ । ଫଳରେ ଗୁଳିଟି ହାଇଦର ପେଟରେ ଓ ଗୋଡ଼ରେ ବାଜିଛି ସୂଚନା ମିଳିଛି ।