ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ଦେଶରେ ଇଦ ଅବସରରେ ମୁସଲମାନ୍ ଭାଇ ଓ ଭଉଣୀମାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ଜଣାଇଛନ୍ତି । ସମଗ୍ର ଦେଶରେ ଆଜି ଇଦ୍ ଅଲ ଅଦା ବା ବକରୀ ଇଦ୍ । ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି ମୁସଲମାନ ଭାଇ ଓ ଭଉଣୀ । ଏହି ପର୍ବ ସମାଜରେ ଶାନ୍ତି ଓ ମୈତ୍ରି ଭାବ ଜାଗ୍ରତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେବେ କୋରୋନା ମହାମାରୀ ଯୋଗୁଁ କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ କୋଭିଡ ଗାଇଡ ଲାଇନ ମାନି ନମାଜ୍ ପାଠ କରାଯାଇଛି ।