ଏଟିଏମ ଭିତରୁ ଛଡାଇ ନେଇଥିଲେ ୪୦ହଜାର, ଜଣେ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏଟିଏମ ଭିତରେ ପଶି ଛଦେଇନେଲେ ୪୦ ହଜାର । ଆଖିପିଛୁଳାକେ ଲୁଟିନେଲେ ଦୁର୍ବୁତ୍ତ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଟିଏମ୍ ଭିତରୁ ମହିଳାଙ୍କଠାରୁ ଭ୍ୟାନିଟ ବ୍ୟାଗ ଛଡ଼େଇ ନେବା ଘଟଣାରେ ଜଣକୁ ଗିରଫ କଲା ନୟାପଲ୍ଲୀ ପୋଲିସ୍ ।

କିଛିଦିନ ତଳେ ନୀଳାଦ୍ରି ବିହାରର ଏକ ଏଟିଏମରୁ ଦୁଇ ଜଣ ଯୁବତୀ ଟଙ୍କା ଉଠାଉ ଥିବା ବେଳେ ଲୁଟେରା ଜଣକ ବ୍ୟାଗ ଝାମ୍ପି ନେଇଥିଲା । ବ୍ୟାଗରେ ୪୦ହଜାର ଟଙ୍କା ଥିବାର ଅଭିଯୋଗ ହୋଇଥିଲା । ୧ଏହି ମାମଲାରେ ଜଣେ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ଅଛି ।

Leave a comment