ଘୁରି ବୁଲୁଛି ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳର ତାଲିକା, ଏହା ପଛରେ କିଏ ?
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୁରି ବୁଲୁଛି ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳର ତାଲିକା । ଏହି ତାଲିକା କିଏ ଏବଂ କାହିଁକି ମାର୍କେଟ କୁ ଛାଡିଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କିଛି ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ଶାସନ କାଳ ମଧ୍ୟରେ କିଏ ମନ୍ତ୍ରୀ ହେବ ଓ କିଏ ମନ୍ତ୍ରୀପଦରୁ ବିଦା ହେବ ଶେଷ ସମୟ ପର୍ଯ୍ୟନ୍ତ କାହାପାଖରେ ଖବର ନଥାଏ । ନବୀନ ନିରବତାର ସହ ନିଷ୍ପତ୍ତି ନିଅନ୍ତି ତେବେ ଏଭଳି ତାଲିକା କେଉଁ ଉଦ୍ଦେଶ୍ୟରେ କିଏ ଏହାକୁ ପ୍ରଚାର ପ୍ରସାର କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେହିପରି ଅନେକ ବରିଷ୍ଠ ସାମ୍ବାଦିକଙ୍କ ମତ ଅନୁସାରେ କୌଣସି ସାମ୍ବାଦିକ ସୋସିଆଲ ମିଡିଆରେ ଯଦି କିଛି ବ୍ୟକ୍ତିଗତ ମତ ପ୍ରକାଶ କରୁଛନ୍ତି ତେବେ ତାଙ୍କ ପଛରେ ଗୁଇନ୍ଦା ବିଭାଗ ହାତ ଧୋଇ ପଡିଯାଉଛି ଏବଂ ଉକ୍ତ ସାମ୍ବାଦିକର ସବିଶେଷ ବିବରଣୀ ସଂଗ୍ରହ କରୁଛନ୍ତି । ତେବେ ଏତେବଡ ଖବର କିଏ ମାର୍କେଟକୁ ଛାଡିଲା ସେ ସମ୍ୱନ୍ଧରେ ଗୁଇନ୍ଦା ବିଭାଗ ସରକାରଙ୍କୁ ଅବଗତ କରୁନି କାହିଁକି ବୋଲି ସାମ୍ବାଦିକ ମାନେ କହିବା ସହ ଏହା କଣ ସତରେ ଡିସିସନ ମେକର ତିଆରି କରିଛନ୍ତି ତେଣୁ ଗୁଇନ୍ଦା ବିଭାଗ ଚୁପ ବସିଛି ବୋଲି ମଧ୍ୟ କହୁଛନ୍ତି ?

ଅପରପକ୍ଷରେ ବୁଦ୍ଧିଜୀବୀମନେ ଏହାକୁ ତୃତୀୟ ମହଲର ଗୁଗୁଲ ଏବଂ ଏହି ଲିଷ୍ଟ ଦେଖି ଲୋକଙ୍କ ମତ ଆସିବା ପରେ ନୂତନ ଲିଷ୍ଟ ତିଆରି ହେବ କହୁଥିବା ବେଳେ ଅନେକ ଏହାକୁ ଅସନ୍ତୁଷ୍ଟ ଗୋଷ୍ଠିଙ୍କ ଚକ୍ରାନ୍ତ ବୋଲି କହୁଛନ୍ତି । ତେଣୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେବା ଚର୍ଚ୍ଚା ହେବା ସମୟରେ ଏହି ତାଲିକା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ଯଦି ଏହି ତାଲିକା ଅନୁସାରେ ମନ୍ତ୍ରୀପଦ ଦିଆଯିବ ତେବେ ଏହା ସ୍ପଷ୍ଟ ହୋଇଯିବ କି ଡିସିସନ ମେକରଙ୍କ ଏହା ନିଷ୍ପତ୍ତି ଥିଲା ।


ଏହି ତାଲିକାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଉପମୁଖ୍ୟ ମନ୍ତ୍ରୀ, ନିରଞ୍ଜନ ପୂଜାରୀଙ୍କୁ ଅର୍ଥ ଓ ଅବକାରୀ ମନ୍ତ୍ରୀ କୁହାଯାଉଥିବା ବେଳେ ପ୍ରତାପ ଦେବ, ସୂର୍ଯ୍ୟ ପାତ୍ର, କିଶୋର କୁମାର ମହାନ୍ତି, ନବ କିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଜେନା, ସୁଶାନ୍ତ ସିଂହ, ପ୍ରଦୀପ ଅମାତ, ବିକ୍ରମ କେଶରୀ ଆରୁଖ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ ଜଗଦ୍ଦେବ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସୁବ୍ରତ ତରାଇ, ରୋହିତ ପୂଜାରୀ, ମିନାକ୍ଷୀ ମହନ୍ତ, ପ୍ରକାଶ ମାଝୀ ଙ୍କ ନାଁ ମନ୍ତ୍ରୀ ଭାବେ ଲେଖା ଯାଇଛି । ସେହିପରି ବାଚସ୍ପତି ଭାବେ ଦେବୀ ପ୍ରସାଦ ମିଶ୍ର ଏବଂ ଉପବାଚସ୍ପତି ଭାବେ ରଜନୀକାନ୍ତ ସିଂହଙ୍କ ନାଁ ଲେଖାଯାଇଛି ।