ବଡ ଦାଣ୍ଡରେ ତୁଳସୀ ଓ ଫୁଲ ଧରି ଗୁଣୁଗୁଣୁ ହେଉଛନ୍ତି ତୁଳସୀ ବାବା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଗା ପାଇଁ ଆଣିଛି ତୁଳସୀ । ପଦ୍ମ ଫୁଲରେ ଜଗାର ଶରଧା ଥିବାରୁ ପଦ୍ମ ଫୁଲ ଯୋଗାଡ଼ କରି ମାଳ ଗୁନ୍ତିଛନ୍ତି ।  ବଡ ଦାଣ୍ଡରେ ବସ୍ତା ବସ୍ତା ତୁଳସୀ ଓ ଫୁଲ ଧରି ଭାବରେ  ଗୁଣୁ ଗୁଣୁ ହେଉଛନ୍ତି ତୁଳସୀ ବାବା ।  ଭୁବନେଶ୍ୱରରୁ ପୁରୀ ଯାଏଁ  ଭକ୍ତଙ୍କଠୁ ତୁଳସୀ  ଫୁଲ ସଂଗ୍ରହ କରି ଜଗା ନିକଟରେ ପହଞ୍ଚାଇଛନ୍ତି ତୁଳସୀ  ବାବା ।  କରୋନା କଟକଣା ରେ ପୁରୀକୁ ଭକ୍ତ ମାନଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି ସତ ହେଲେ ଭକ୍ତଙ୍କ ଫୁଲ ଓ ତୁଳସୀ ମହାପ୍ରଭୁ ଙ୍କ ପାଖରେ ପହଞ୍ଚାଉଛନ୍ତି ତୁଳସୀ ବାବା ।

Leave a comment