ମହାପ୍ରଭୁଙ୍କ ପାଖରେ ଲାଗି ହେବ ୧୦ଫୁଟ ଲମ୍ବର ଧୂପକାଠି, ପଢନ୍ତୁ କେଉଁଠାରୁ ଆସିଛି ଏ ଧୂପକାଠି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ପାଖରେ ଲାଗି ହେବ ୧୦ଫୁଟ ଲମ୍ବର ଧୂପକାଠି। ଗୋଟିଏ ଲାଗିବ ରଥଯାତ୍ରା ବେଳେ ଆଉ ଗୋଟିଏ ଲାଗିବ ବାହୁଡ଼ା ଯାତ୍ରା ବେଳେ । ଜଣେ ମହନ୍ତ ମହାରାଜ ୧୯୮୬ ମସିହାରୁ ଏହି ଧୂପକାଠି ଲଗାଇ ଆସୁଛନ୍ତି । ସେ ଆଜି ଏହି ଧୂପକାଠି ନିଜ ବାଇକରେ ନେଇ ପହଞ୍ଚିଛନ୍ତି ଶ୍ରୀମନ୍ଦିର ପାଖରେ । କରୋନା ଏଭଳି ପରିସ୍ଥିତିରେ ମଧ୍ୟ ସେ ଧୂପକାଠି ନେଇ ପୁରୀରେ ପହଞ୍ଚିଛନ୍ତି ।

ସୂଚନା ଅନୁଯାୟୀ, ଏହି ଧୂପକାଠି ମହେଶୁର ରୁ ଆସିଛି । ଗତକଲି ଗୋଟିଏ ଧୂପକାଠି କଟକରେ ପହଂଚିବା ପରେ ବାରିପଦା ଭୈରବକୁଣ୍ଠର ଭୈରବ ବାବା ଏହାକୁ ବାଇକରେ ଧରି ପୁରୀ ଆସିଛନ୍ତି । ବାଷ୍ପ ରୁଦ୍ଧ ସ୍ଥାନରେ ଏହି ଧୂପକାଠି ୭୨ ଘଣ୍ଟା ଏବଂ ଖୋଲା ସ୍ଥାନରେ ୪୮ଘଣ୍ଟ ଜଳିବ ।