କାହିଁକି ସାର ବଦଳରେ ବସ ଡାକିବାକୁ କହିଲେ ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ, ଦେଖନ୍ତୁ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ରେଳବାଇ ଇଂଜିନିୟରଙ୍କୁ ରେଳମନ୍ତ୍ରୀ ସାର ନୁହେଁ ବରଂ ତାଙ୍କୁ ବସ ଡାକିବାକୁ କହୁଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । କଥାଟି ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ । ପ୍ରକୃତରେ କଥାଟି ଥିଲା କିଛି ଏହିପ୍ରକାର ର, ରେଳ ବିଭାଗର ଜଣେ ଇଂଜିନିୟରଙ୍କୁ ଭେଟିବା ସମୟରେ ତାଙ୍କୁ ବସ ଡାକିବାକୁ କହୁଛନ୍ତି ।


କାହିଁକିନା ଉକ୍ତ ଇଂଜିନିୟର ମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ପଢ଼ୁଥିବା କଲେଜରେ ପାଠ ପଢୁଥିଲେ । ଏ ସମ୍ପର୍କରେ ମନ୍ତ୍ରୀ ଜାଣିବା ପରେ ତାଙ୍କୁ ପାଖକୁ ଡାକି ଆଲିଙ୍ଗନ କରିବା ସହ ତାଙ୍କୁ ସାର ବଦଳରେ ବସ ଡାକିବାକୁ କହିଥିଲେ । ମନ୍ତ୍ରୀ ବୈଷ୍ଣବ ପଢ଼ୁଥିବା କଲେଜରେ ଜୁନିୟର ମାନେ ତାଙ୍କ ସିନିୟର ମାନଙ୍କୁ ବସ ଡାକିବାକୁ ନିୟମଥିଲା । ମନ୍ତ୍ରୀଙ୍କ କଥାରେ ଅଫିସର ସମସ୍ତ କର୍ମଚାରୀ ହସିବା ସହ ଏକ ଖୁସି ର ବାତାବରଣ ସୃଷ୍ଟି ହୋଇଥିଲା ।

Leave a comment