ପାଇଁ ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି, ନୂତନ କ୍ୟାବିନେଟ୍ ମଞ୍ଜୁର କଲା ଆର୍ଥିକ ପ୍ୟାକେଜ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦୀ ନୂତନ କ୍ୟାବିନେଟ୍ର ପ୍ରଥମ ବୈଠକ ସଂପନ୍ନ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ସହାୟତା ପାଇଁ ଏକ ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ ମିଳିଛି। ମଣ୍ଡି ଭିତ୍ତିଭୂମି ସୁଦୃଢ କରିବାକୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ଏଥିସହ କୋଭିଡ୍ ମୁକାବିଲା ପାଇଁ ସ୍ଵାସ୍ଥ୍ୟ ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି।
ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ମଣ୍ଡି ଜରିଆରେ କୃଷକଙ୍କ ପର୍ଯ୍ୟନ୍ତ ଏକ ଲକ୍ଷ କୋଟି ଟଙ୍କା ପହଞ୍ଚିବ। ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ତୋମାର। କୃଷକ ସମୁଦାୟକୁ ଦୁଇ କୋଟି ଟଙ୍କାର ଋଣ ମିଳିବ। ଭିତ୍ତିଭୂମି ସୁଦୃଢ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ମଣ୍ଡିର ଭିତ୍ତିଭୂମୀ ସୁଦୃଢ କରାଯିବ ବୋଲି ସେ କହିଛନ୍ତି।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହଛନ୍ତି, କରୋନା ମହାମାରୀ ମୁକାବିଲାରେ ସ୍ଵାସ୍ଥ୍ୟ କ୍ଷେତ୍ର ପାଇଁ ରିଲିଫ ପ୍ୟାକେଜ୍ ଘୋଷଣା କରାଯାଇଛି। ୧୫ ହଜାର କୋଟି ଟଙ୍କା ଫଣ୍ଡ କୋଭିଡ୍ ଆରମ୍ଭ ସମୟରେ ଦିଆଯାଇଥିଲା। ଏହି ଅର୍ଥରେ କୋଭିଡ୍ ସେଣ୍ଟର, କେୟାର ସେଣ୍ଟର ଓ ଲ୍ୟାବ୍ ସ୍ଥାପନ କରାଯାଇଛି। ଏହି ପରି ଦ୍ଵିତୀୟ କରୋନା ଲହରରେ ଯେଉଁ ସମସ୍ୟା ଉତ୍ପନ ହୋଇଛି, ତାର ମୁକାବିଲା ପାଇଁ ଭାରତ ସରକାର ୨୩ ହଜାର କୋଟି ଟଙ୍କାର ଦ୍ଵିତୀୟ ପ୍ୟାକେଜ୍ ଜାରି କରିଛନ୍ତି।