୧୧ ତାରିଖରେ ହିରାକୁଦରୁ ଛଡ଼ାଯିବ ଏ ବର୍ଷର ପ୍ରଥମ ବନ୍ୟା ଜଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆସନ୍ତା ୧୧ ତାରିଖ ସକାଳ ୧୧ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଏନେଇ ତଳମୁଣ୍ଡର ୧୨ଟି ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରାଯାଇଥିବା ସୂଚନା ମିଳିଛି ।

ତେବେ ଜଳସ୍ତର କ୍ରମାଗତ ଭାବରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଫଳରେ ନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଏନେଇ ଆଜି ଗୁରୁବାର ପତ୍ର ମାଧ୍ୟମରେ ଅବଗତ କରିଛନ୍ତି ହୀରାକୁଦ ଡ୍ୟାମର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ।

Leave a comment