ଜୁଲାଇରେ ବର୍ଷାର ୯୪ରୁ ୧୦୬% ରହିବ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ବାୟୁମଣ୍ଡଳରେ ଥିବା ନିମ୍ନ ଚାପରେଖା ସମୁଦ୍ର-ପତ୍ତନରୁ ୦.୯ କିମି ଯାଏଁ ପଶ୍ଚିମ ଉତ୍ତରପ୍ରଦେଶରୁ ପୂର୍ବ-ଉତ୍ତରପ୍ରଦେଶ, ବିହାର, ସବ-ହିମାଳୟ ପଶ୍ଚିମବଙ୍ଗ ମଧ୍ୟ ଦେଇ ଆସାମ ଯାଏଁ ଲମ୍ବିଛି । ଆଜି କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ସପ୍ତାହ ସାରା ରାଜ୍ୟର ଏକାଧିକ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ମାସରେ ସ୍ୱାଭାବିକଠୁ କମ୍ ପରିମାଣର ବର୍ଷା ରେକର୍ଡ ହୋଇଥିବାବେଳେ ଚଳିତମାସରେ କିନ୍ତୁ ସ୍ୱାଭାବିକ ବର୍ଷା ରେକର୍ଡ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଜୁଲାଇ ମାସରେ ସମଗ୍ର ଦେଶରେ ବର୍ଷାର ପରିମାଣ ୯୪ରୁ ୧୦୬% ଯାଏଁ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।