ଓଡ଼ିଆ ଝିଅ ବିଶ୍ୱରୂପାଙ୍କୁ ୟୁଏଇର ଗୋଲଡେନ ଭିସା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ମୋନା ବିଶ୍ୱରୂପା ମହାନ୍ତିଙ୍କୁ ୟୁଏଇ ଗୋଲଡେନ ଭିସା ପ୍ରଦାନ କରିଛି । ଏହି ଭିସା ମିଳିବାର ଅର୍ଥ ବିଶ୍ୱରୂପା ଏବେ ୟୁଏଇରେ ୧୦ ବର୍ଷ ଯାଏ ବିନା କୌଣସି ବାଧାରେ ରହିପାରିବେ । କଳା, ସୃଜନଶୀଳ ଶିଳ୍ପ, ସାହିତ୍ୟ ଏବଂ ସଂସ୍କୃତି, ଐତିହାସିକ ଏବଂ ପାଠ ପଢ଼ିବା କ୍ଷେତ୍ରରେ ପ୍ରତିଭାମାନଙ୍କୁ ଏହି ଦୀର୍ଘକାଳୀନ ସାଂସ୍କୃତିକ ଭିସା ପ୍ରଦାନ କରିଥାଏ ୟୁଏଇ ।
ୟୁଏଇ ଏହି ୨୦୧୯ରେ ଏହି ନୂଆ ବ୍ୟବସ୍ଥା ଲାଗୁ କରିଥିଲା । ସୂଚନା ଅନୁଯାୟୀ ଏହି ଭିସା ୫ କିମ୍ବା ୧୦ ବର୍ଷ ପାଇ ଜାରି କରାଯାଇଥାଏ । ଗୋଲ୍ଡେନ୍ ଭିସା ସ୍ୱଂୟ ନବୀକରଣ ହୋଇଥାଏ। ଅର୍ଥାତ ଏହାକୁ ପାଇଥିବା ବ୍ୟକ୍ତିଙ୍କୁ ପୁଣିଥରେ ଏହାକୁ ରିନ୍ୟୁଆଲ କରିବାକୁ ପଡିନଥାଏ। ମହାନ୍ତି ପ୍ରଥମ ଓଡ଼ିଆ କଳାକାର ଯାହାଙ୍କୁ ଗୋଲ୍ଡେନ୍ ଭିସା ମିଳିଛି । ବିଶ୍ୱରୂପା ୨୦୦୭ରୁ ଦୁବାଇରେ ରହୁଛନ୍ତି। ସେ ପ୍ରାୟ ୮ ବର୍ଷ ଧରି ଶିକ୍ଷା ଓ ଡିଜାଇନ୍ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।