ଆମେରିକା ଭାରତକୁ ୪୧ ନିୟୁତ ଡଲାର ସହାୟତା ଦେବ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆମେରିକା ପକ୍ଷରୁ ଭାରତକୁ କୋଭିଡ ସଂକ୍ରମଣ ମୁକାବିଲା ଲାଗି ୪୧ ନିୟୁତ ଡଲାର ଅତିରିକ୍ତ ସହାୟତା ରାଶି ଘୋଷଣା କରାଯାଇଛି । ଚଳିତବର୍ଷ ଏପ୍ରିଲ ଓ ମେ’ରେ କୋଭିଡ ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଦୈନିକ ୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଥିଲା । ହସ୍ପିଟାଲରେ ଶଯ୍ୟା ଅଭାବ ସାଙ୍ଗକୁ ଭେଣ୍ଟିଲେଟର, ଅକ୍ସିଜେନର ଅଭାବ ଏହି ସ୍ଥିତିକୁ ଜଟିଳ କରିଥିଲା । ଭାରତ ଓ ନେପାଳ ଭଳି କୋଭିଡରେ ପ୍ରଭାବିତ ହୋଇଥିବା ରାଷ୍ଟ୍ରଙ୍କ ନିମନ୍ତେ ଆମେରିକା ଆର୍ଥିକ ସହାୟତା ଯୋଗାଇ ଆସୁଛି ।

Leave a comment