କୋଇଲା ବୋଝେଇ ହାଇୱାକୁ ଧକ୍କାଦେଲା ଟ୍ରେନ୍‌

ବର୍ତ୍ତିଲେ ହାଇୱା ଚାଳକ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ କୋଇଲା ବୋଝେଇ ହାଇୱାକୁ ଧକ୍କା ଦେଲା ଟ୍ରେନ୍‌ ଧକ୍କା ଦେଇଛି । ଫଳରେ ହାଇୱାଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ୧୨ଟା ସମୟରେ ଏକ ଟ୍ରେନ ବନ୍ଦର ଭିତରକୁ ପ୍ରବେଶ କରୁଥିଲା । ଏହି ସମୟରେ ୩ ନମ୍ବର ଗେଟ୍‌ ପାଖ ୮ ନମ୍ବର ପ୍ଲଟରୁ କୋଇଲା ବୋଝେଇ କରି ଆସୁଥିବା ଓଡ଼ି-୨୧-ଜି-୭୦୮୭ ନମ୍ବର ବିଶିଷ୍ଟ ଏକ ହାଇୱାକୁ ଟ୍ରେନଟି ଜୋରରେ ଧକ୍କା ଦେଇଥିଲା । ଟ୍ରେନ୍‌ଟି ଧକ୍କା ଦେଇ କିଛି ବାଟ ହାଇୱାକୁ ଘୋଷାଡି ନେଇଥଲା ।

Leave a comment