ପେଟ୍ରୋଲ, ଡିଜେଲ ଓ ଜାଳେଣୀ ଗ୍ୟାସର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଓଡ଼ିଶା ରାଜ୍ୟ କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପ୍ରତିବାଦ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ସାରା ରାଜ୍ୟ ଏବଂ ଦେଶ ଅତ୍ୟନ୍ତ ସଙ୍କଟମୟ ପରିସ୍ଥିତି ଦେଇ ଦୀର୍ଘ ୧୬ ମାସ ଧରି କରୋନା ମହାମାରୀକୁ ସାମନା କରୁଥିଲା ବେଳେ କେନ୍ଦ୍ରରେ ମୋଦି ସରକାର ଏବଂ ଓଡ଼ିଶାର ନବୀନ ସରକାର ଉଭୟ ମିଳିତ ଭାବରେ ଓଡ଼ିଶାର ଜନସାଧାରଣଙ୍କୁ ଏଭଳି ଦୁଃଖ ଏବଂ ଦୁଃସ୍ଥିତି ଭିତରେ ଅଧିକ କର ଏବଂ ସେସ ବସାଇ ରାଜ୍ୟର ପ୍ରତ୍ୟେକ ବର୍ଗଙ୍କୁ ଲୁଟ କରିବାରେ ଲାଗିପଡ଼ିଛନ୍ତି । ଓଡ଼ିଶାର ଉପାନ୍ତ ଓ ପଶ୍ଚିମାଞ୍ଚଳରେ ବହୁ ଜିଲ୍ଲାରେ ପେଟ୍ରୋଲର ଦାମ ୧୦୦ ଟଙ୍କା ପ୍ରତି ଲିଟରକୁ ପାର ହୋଇଗଲାଣି ଏବଂ ଡିଜେଲ ପାଖାପାଖୁ ୯୪ଟଙ୍କାରୁ ୯୫ ଟଙ୍କାକୁ ବୃଦ୍ଧି ପାଇଗଲାଣି ଏବଂ ଘରୋଇ ଗ୍ୟାସ ୧୪.୨ କେଜିର ମୂଲ୍ୟ ଆଜି ୮୫୦ ଟଙ୍କାରୁ ୯୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇସାରିଲାଣି । ସାରା ରାଜ୍ୟରେ ୨୦୨୦ ମସିହା ମାର୍ଚ୍ଚମାସ ୨୪ ତାରିଖ ରୁ ୨୦୨୧ ମସିହା ଜୁନ ମାସ ୧୧ ତାରିଖ ପର୍ଯ୍ୟନ୍ତ ପାଖାପାଖୁ ୩ କୋଟିରୁ ଅଧିକ ଲୋକ ନିଜର ରୋଜଗାରୀ ହରାଇସାରିଛନ୍ତି ଏବଂ ସେମାନଙ୍କୁ ମଧ୍‌ଯରୁ ଖଟିଖୁଆ ଶ୍ରମିକ, ଉଠା ବ୍ୟବସାୟୀ, କୃଷକ, କୃଷି ଶ୍ରମିକ, ନିମ୍ନ ମଧ୍ୟବିତ, ସ୍‌ବଆୟକାରୀ ଏ ସମସ୍ତ ବର୍ଗର ଲୋକ ଆଜି ହନ୍ତସନ୍ତ ହେଉଥିଲା ବେଳେ, ପାଖରେ ଅର୍ଥ ନଥିବା ବେଳେ କେନ୍ଦ୍ରର ଜନିବରୋଧୀ ମୋଦି ସରକାର ଏବଂ ରାଜ୍ୟରେ ନବୀନ ସରକାର ଉଭୟ ଲୋକଙ୍କର ପକେଟ କାଟି ରାଜ୍ୟ ରାଜକୋଷକୁ ପୂରଣ କରିବାରେ ଲାଗିପଡ଼ିଛନ୍ତି । ଆଜି ପ୍ରତ୍ୟେକ ମହିଳା ତାଙ୍କ ଆଖିରୁ ଅନବରତ ଲୁହ ଝରୁଛି କାରଣ ତାଙ୍କ ପରିବାରର ସେତିକି ସାମର୍ଥ୍ୟ ନାହିଁ ପାଖା ପାଖୁ ୮୫୦ ରୁ ୯୦୦ ଟଙ୍କା ଦେଇ ଗୋଟେ ରନ୍ଧନଗ୍ୟାସ କଣିବାପାଇଁ । ଏହି ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ସର୍ବଭାରତୀୟ ଜାତୀୟ କଂଗ୍ରେସର ନିଷ୍ପତ୍ତିକ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସାରା ରାଜ୍ୟରେ ଆଜି ସକାଳ ୭ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ୪ ଗଣ୍ଟା ପାଇଁ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ କୋଭିଡ ମହାମାରୀର ଗାଇଡଲାଇନକୁ ଅନୁସରଣ କରି ଦରଦାମକୁ କମାଇବା ଲାଗି ପ୍ରତିବାଦ କରାଯାଇଥିଲା ଏଥିରେ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନ ମିଳିଛି । ଆଜି ଯେଉଁମାନେ ଏ ବିକ୍ଷୋଭରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ତାଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପଟ୍ଟନାୟକ । ଏହି ଅବସରରେ ରାଜଧାନୀର ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସକାଳ ୭ଟାରୁ ଦିନ ୧୧ ଟା ପର୍ଯ୍ୟନ୍ତ ବିଶେଷ କରି ୟୁନିଟ-୨, ରାମମନ୍ଦିର, କଳ୍ପନା, ବାଣୀବିହାର, ରସୁଲଗଡ଼, ନଖରା, ନୂଆଗାଁ, ରବିଟକିଜ, ଚନ୍ଦ୍ରଶେଖରପୁର, ପଟିଆ, ସିଆରପି, ଆଇଗିଣିଆ, ଡେଲଟା ଏବଂ କଳିଙ୍ଗ ଷ୍ଟାଡିୟମ ଛକ ପାଖ ପେଟ୍ରୋଲ ପମ୍ପ ସମ୍ମୁଖରେ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍‌ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓ ୧୦ ଜଣ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏହି ଆନ୍ଦୋଳନରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ବହୁ ନେତୃବୃନ୍ଦ ମାନେ ଯୋଗଦେଇ ମୋଦି ସରକାରର ଜନମାରଣ ନୀତି ବିରୁଦ୍ଧରେ କଢ଼ା ସମାଲୋଚନା କରିବା ସହିତ ଟିକସ ଛାଡ଼ କରି ଦରଦାମକୁ କମାଇବା ପାଇଁ ଦାବି କରିଥିଲେ । ଆଜିର ଆନ୍ଦୋଳନରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ଶିବାନନ୍ଦ ରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ମୋହନ ହେମ୍ବ୍ରମ, ବିଦ୍ୟାଧର ଦେହୁରୀ, ସୁବ୍ରତ ମହାପାତ୍ର, ରଜନୀ ମହାନ୍ତି, ଅମୀୟ ପାଣ୍ଡବ, ଦୀପକ କୁମାର ମହାପାତ୍ର, ରଞ୍ଜିତ ପାତ୍ର, ରଶ୍ମି ମହାପାତ୍ର, ଦେବୀ ପ୍ରସାଦ ବାହାଲିଆ, ଅଶୋକ କୁମାର ସାହୁ, ମୋହନ ଜେନା, ଜୟକୃଷ୍ଣ ସୁବୁଦ୍ଧି, ସୁଶାନ୍ତ ତ୍ରୀପାଠୀ, ସେକ୍‌ ଅଫତାବ ଅଲ୍ଲୀ, ମିହୀର ଆଚାର୍ଯ୍ୟ, ଅଶୋକ ଦାସ, ଦେଓ ପ୍ରସାଦ, ନାସିର ଖାନ, ଶ୍ରୀଧର ବଳିଆରସିଂ, ମନୋରଞ୍ଜନ ଜେନା, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ ପରିଡ଼ା, ଅକ୍ଷୟ ଦାସ, ଦେବାଶିଷ ଦାସ, ଅନ୍ୟର ଖାନ, ଶୁଭ୍ରଜ୍‌ୟୋତି ଲେଙ୍କା, ଅନିଲ ଦାସ, ଜୟକୃଷ୍ଣ ମଲ୍ଲିଆ, ପ୍ରକାଶ ମିଶ୍ର, ଲିଙ୍ଗରାଜ ସାହୁ, ବିଶ୍ୱଭୂଷଣ ମହାପାତ୍ର, ସିପ୍ରା ସେନାପତି, ସୁଭଦ୍ରା ମିଶ୍ର, କ୍ଷୀରୋଦ ବେହେରା, କୁନା ମୁଦୁଲି, ସଂକୁନା କହଁର, ସାଗର ପଟ୍ଟନାୟକ, ମୁନି ଥାପ୍ସା, ସେକ ନିଆକୁଲ ଇସଲାମ, ରାଜକିଶୋର ବାରିକ, କୈଳାସ ସାହୁ, ମନୋରଞ୍ଜନ ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a comment