ପୁଣି ମନର ଯନ୍ତ୍ରଣା ପ୍ରକାଶ କଲେ ଯୁବରାଜ
ଓଡ଼ିଶାଫାଷ୍ଟ (ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ । ସେ ୨୦୦୭ ଟି-୨୨୦ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିଲେ । ୨୦୦୭ରେ ଏମଏସ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିଲା । ତେବେ ଟି -୨୦ ବିଶ୍ୱକପ ଜିତିବାରେ ଯୁବରାଜଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଯୁବରାଜ ଇଂଲଣ୍ଡ ବିପକ୍ଷ ଏକ ମ୍ୟାଚରେ ୬ଟି ବଲରେ ୬ଟି ଛକା ମାରିଥିଲେ । ସେ ଏକ ସାକ୍ଷାତକାରରେ ଯୁବରାଜ କହିଛନ୍ତି, ୨୦୦୭ରେ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏକଦିବସୀୟ ବିଶ୍ୱକପ୍ ଖେଳାଯାଇଥିଲା । ଏଥିରେ ଭାରତୀୟ ଦଳ ପ୍ରଥମ ପର୍ଯ୍ୟାରୁ ବିଦାୟ ନେଇଥିଲା । ଫଳରେ ଭାରତୀୟ କ୍ରିକେଟରେ ବହୁ ଅସନ୍ତୋଷ ଦେଖାଦେଇଥିଲା । ବିଶ୍ୱକପ୍ ପରେ ସିନିୟର୍ ଖେଳାଳିମାନେ ଦଳରୁ ବ୍ରେକ୍ ନେଇଥିଲେ । କାରଣ ସେମାନେ ଟି-୨୦ ବିଶ୍ୱକପ୍କୁ ସେତେଟା ଗମ୍ଭୀରତାର ସହ ନେଉନଥିଲେ । ଏହି ସମୟରେ ବିଶ୍ୱକପ୍ରେ ଭାରତର ପ୍ରତିନିଧିତ୍ୱ କରିବାକୁ ମୁଁ ଆଶା ରଖିଥିଲି । କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ଦାୟିତ୍ୱ ମିଳିଥିଲ । ଏଥିରେ ମୁଁ ନିରାଶ ନ ହୋଇ ମୁଁ ପ୍ରଦର୍ଶନ କରିଚାଲିଥିଲି ବୋଲି ସେ କହିଛନ୍ତି ।