ପୁଣି ୪୩ ମୁଣ୍ଡ ନେଲା କରୋନା

0

ଭୁବନେଶ୍ୱର (ଓଡ଼ିଶାଫାଷ୍ଟ ବ୍ୟୁରୋ): ରାଜ୍ୟରେ ଚିନ୍ତା ବଢାଉଛି କରୋନା । ଏପଟେ ଦୈନିକ ସଂକ୍ରମଣ ଖସିଥିବା ବେଳେ ମୃତକଙ୍କ ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୨୩କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ୫ ଜଣ, ଅନୁଗୁଳ, କଟକ, ଝାରସୁଗୁଡା, ସୁନ୍ଦରଗଡରୁ ୪ ଜଣ ଲେଖାଏଁ, ବରଗଡ, ବଲାଙ୍ଗୀର, ବୌଦ୍ଧରୁ ୩ ଜଣ ଲେଖାଏଁ, ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୨ ଜଣ ଲେଖାଏଁ, ସମ୍ବଲପୁର, ରାୟଗଡା, ନୂଆପଡା, କୋରାପୁଟ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍‌ବରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଯୋଗୁଁ ୩୧୨୩ ଜଣଙ୍କର ମୃତ୍ୟୁ ହୋଇଛି ।

Leave a comment