କାନପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୬ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର କାନପୁରରେ ମଙ୍ଗଳବାର ରାତିରେ ବଡ଼ ସଡକ ଦୁର୍ଘଟଣା ଘଟିଛି। ଏସି ବସ୍ ଓ ଅଟୋ ମଧ୍ୟରେ ଭୀଷଣ ଧକ୍କା ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ପାଞ୍ଚ ଜଣଙ୍କ ଅବସ୍ଥା ଶୋଚନୀୟ ରହିଛି। ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିଜନ ପାଇଁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, କାନପୁରର ସଚେଣ୍ଡିର କିସାନ ନଗରରେ ଭାରତ ଏଜେନ୍ସି ସାମ୍ନାରେ ବୀପରିତ ଦିଗରୁ ଆସୁଥିବା ଯାତ୍ରୀରେ ଭରା ଅଟୋ ଓ ଶତାବ୍ଦୀ ନାମକ ଏକ ଏସି ବସ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଅଟୋର ଉପର ଅଂଶ ଉଡି ଯାଇଥିଲା। ଦୁର୍ଘଟଣା ପରେ ଦୁଇ ଗାଡି ରାସ୍ତା ତଳକୁ ଓଲଟି ପଡିଛି। ସମସ୍ତ ମୃତକ ଅଟୋରେ ଯାତ୍ରା କରୁଥିଲେ। ଏହି ସବୁ ଲୋକ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିଲେ। ଘଟଣାର ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଛି। ଆହତଙ୍କୁ ତୁରନ୍ତ ହ୍ୟାଲେଟ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନେକ ଲୋକ ଗାଡି ତଳେ ଦବି ରହିଛନ୍ତି, ସେମାନଙ୍କୁ କାଢିବାକୁ ଉଦ୍ୟମ ଜାରି ରହିଛି।

Leave a comment