ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

0

କଟକ(ଓଡ଼ିଶାଫାଷ୍ଟ ବ୍ୟୁରୋ): ସମଗ୍ର ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବାବେଳେ ଚକା ବନ୍ଦ ହେତୁ ନାନାଦି ସମସ୍ୟା ମଧ୍ୟରେ ଥିବା ବସ୍‌ ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରମାନଙ୍କୁ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ତାଲା ବନ୍ଦ ଥିବା ପର୍ଯ୍ୟନ୍ତ ଏହିପରି ଖାଦ୍ୟ ବଣ୍ଟନ ଚାଲୁ ରହିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି । ସଭାପତି ଜନାର୍ଦ୍ଦନ ପତି, ଉପ ସଭାପତି ପ୍ରଦୀପ୍ତ କିଶାର ଖୁଣ୍ଟିଆ, ଆଇନଜୀବୀ ସରୋଜ କୁମାର ସ୍ୱାଇଁ, ବଦ୍ରିନାରାୟଣ ଦାସ, ସାଧାରଣ ସଂପାଦକ ଶିଶିର କୁମାର ଲେଙ୍କା, ସହ ସମ୍ପାଦକ ଗଗନ ପରିଡା, ହୀରାଲାଲ ପଣ୍ଡା, ଚକ୍ରବର୍ତ୍ତୀ ଓତା, ବିଭୁତି ଭୂଷଣ ରାଉତ, ରାକେଶ ରାଉତ, ରଘୁନାଥ ବାରିକ, ଗୌରାଙ୍ଗ ବେହେରା, ରୋହିତ ରାଉତ, ନାରାୟଣ ନାୟକ, ଜଳଦେବ ପ୍ରଧାନ, ରମାକାନ୍ତ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a comment