ପୁଲିସକୁ ନାହିଁ ଭୟ : ଘରୁ ଡ଼ାକିନେଇ ମାରିଦେଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଘରୁ ଡାକିନେଇ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା। ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର କଦଳୀ ଗୋଦାମ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର କଦଳୀ ଗୋଦାମ ବସ୍ତିର କାର୍ତ୍ତିକ ସାହୁ। କାର୍ତ୍ତିକଙ୍କୁ ୫ ଜଣ ଦୁର୍ବୃତ୍ତ ଘରୁ ଡାକିନେଇ ବିଚ୍ ରାସ୍ତାରେ ହତ୍ୟା କରିଥିବା ଜଣାପଡ଼ିଛି। ପୂର୍ବଶ୍ରତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରିଛି। ଏନେଇ ମୃତକଙ୍କ ପରିବାର ଲୋକେ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉଲ୍ଲେଖଯୋଗ୍ୟ, ଦୁଇଦିନ ତଳେ ବାଲେଶ୍ୱର ଜିଲ୍ଲାରେ କିଛି ଦୁର୍ବୃତ୍ତ ସାମାନ୍ୟ ଗାଡି ପାର୍କିଂକୁ ଜଣେ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିଥିଲେ। ପୁଣି ଭୁବନେଶ୍ୱରରେ ହତ୍ୟାକାଣ୍ଡ ଘଟିଛି। ତେବେ ପୁଲିସ କିମ୍ବା ଆଇନ କୁ ଭୟ ନଥିବାରୁ ଅପରାଧୀମାନେ ଏପରି ଜଂଘନ୍ୟ ହତ୍ୟା ଘଟାଇ ଚାଲିଛନ୍ତି। କଠୋର ଆଇନ ବ୍ୟବସ୍ଥା ହେଲେ ଅପରାଧୀ ମାନଙ୍କ ମନରେ ଭୟ ସୃଷ୍ଟି ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Leave a comment