ସାବିତ୍ରୀ ବ୍ରତରେ କରନ୍ତୁ ନାହିଁ ଏହି ୫ଟି ଭୁଲ

0

ଓଡିଆ ଘରର ସଧବା ନାରୀ ମାନଙ୍କର ଏକ ବିସିଷ୍ଟ ପର୍ବ ହେଉଛି ସାବିତ୍ରୀ ବ୍ରତ , ଆସନ୍ତା ଜୁନ ମାସ 10 ତାରିଖ ରେ ଓଡିଶା ରେ ଏହି ପର୍ବ ପାଳନ ହେବାକୁ ଜାଉଅଛି , ଏହି ବ୍ରତ ରେ ଓଡିଆ ଘରର ସଧବା ନାରୀ ମାନେ ସେମାନଙ୍କ ସ୍ୱାମୀ ଙ୍କର ଶୁଭ ମନାସି ଏବଂ ଦୀର୍ଘ ଆୟୁଶ ର କାମନା କରି ବ୍ରତ ରଖିଥାନ୍ତି ସବୁ ନାରୀଙ୍କର ଇଛା ଥାଏକି ସାବିତ୍ରୀ ଙ୍କ ପରି ସଦା ସର୍ବଦା ସଧବା ହୋଇ ରହିବା ପାଇଁ ଏଥି ପାଇଁ ଏହି ବ୍ରତ କୁ ଖୁବ୍ ନିଷ୍ଟାର ସହିତ ପାଳନ କରିଥାନ୍ତି , କିନ୍ତୁ ଆପଣ ମାନେ ଏହା ଜାଣନ୍ତି କି ଏହି ବ୍ରତର ପୂଜାରେ ନାରୀ ମାନେ କେଉଁ ସବୁ କଥା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ ଏବଂ କେଉଁ ସବୁ କଥା ମାନ ପାଳନ କଲେ ସ୍ୱାମୀର ଆୟୁଶ ବୃଦ୍ଧି ହୋଇଥାଏ ଏବଂ କେଉଁ ସବୁ କଥାକୁ ଅଣ ଦେଖା କଲେ ସ୍ୱାମୀର ଆୟୁଶ ହାନି ହୋଇଥାଏ ବା ସ୍ୱାମୀ ଙ୍କର ଖୁବ୍ ଶିଘ୍ର ମୃତ୍ୟୁ ହୋଇଥାଏ ।

ତେବେ ଆସନ୍ତୁ ଜାଣିନେବା ସେହ ସବୁ ନିୟମ ମାନ ବିଷୟରେ , ଜ୍ୟେଷ୍ଟ ମାସ କୃଷ୍ଣପକ୍ଷ ଅମାବାଶ୍ୟା ତିଥୀ ଦିନ ଏହି ସାବିତ୍ରୀ ବ୍ରତ ପାଳନ କରାଜାଇ ଥାଏ ଏହା ସଧବା ନାରୀ ମାନଙ୍କର ଏକ ମହତ୍ୱ ପୂର୍ଣ୍ଣ ବ୍ରତ ଅଟେ , ଏହି ଦିନ ସତ୍ୟବାନ ସାବିତ୍ରୀ ଏବଂ ଜମ ରାଜାଙ୍କର ପୂଜା କରାଜାଇ ଥାଏ । ପୈରାଣିକ କଥା ଅନୁସାରେ ସାବିତ୍ରୀ ଏହି ବ୍ରତ ପାଳନ କରି ମୃତ ସତ୍ୟବାନ କୁ ଜମ ରାଜଙ୍କ ଠାରୁ ଫେରାଇ ଆଣିଥିଲେ ସେହି ଦିନ ଠାରୁ ପାଳନ ହୋଇ ଆସୁଛି ଏହି ସାବିତ୍ରୀ ବ୍ରତ , ଏଥିପାଇଁ ହିନ୍ଦୁ ଧର୍ମର ସମସ୍ତ ସଧବା ନାରୀ ମାନେ ନିଜ ସ୍ୱାମୀଙ୍କର ଦୀର୍ଘ ଦିନର କାମନା କରି ଏହି ବ୍ରତ ପାଳନ କରିଥାନ୍ତି ଏହି ଦିନ ସଧବା ନାରୀ ମାନେ ସକାଳୁ ଉଠି ସ୍ନାନ ଶୌଚ ଆଦି ନିତ୍ୟ କର୍ମ ସାରି ନୂଆ ଶାଢି ପିନ୍ଧି ପୂଜା ସାମଗ୍ରୀ ଏବଂ ଫଳ ମୂଳ ଧରି ମା ସାବିତ୍ରୀ ଙ୍କୁ ପୂଜା କରିବା କୁ ବାହାରି ଥାନ୍ତି ।

ସେହି ପୂଜା ପାଇଁ ଯେଉଁ ସବୁ ପୂଜା ସାମଗ୍ରୀ ଆବଶ୍ୟକ ହୋଇଥାଏ ସେ ଗୋଡିକ ହେଲା ବ୍ରତ , ଲାଲ ରଙ୍ଗର ଶାଢି , ସଙ୍ଖା , ଅଳତା , ସିନ୍ଦୁର , ପାନିଆ , ଦରପଣ , ଦୁବ ବରକୂଳି ପତ୍ର , ଫୁଲ ଇତ୍ୟଦି ଏବଂ ଭୋଗ ପାଇଁ ବିଭିନ୍ୟ ପ୍ରକାର ଫଳ ବ୍ୟବହାର କରାଜାଇ ଥାଏ ଯେପରି କି ନଡିଆ , ଆମ୍ବ , ପଣଷ , କଦଳୀ , ସପୁରି , ଖଜୁରୀ କୂଳି ଏବଂ ତାଳସଜ ଏତ୍ୟାଦି , ଏହି ସବୁ ପୂଜା ସାମଗ୍ରୀ ଜଣେ ବିବାହିତ ନାରୀର ପ୍ରତିକ ହୋଇଥାଏ ଯେପରି କି ଝିଅଟି ବହୁ ହୋଇ ଶାଶୁ ଘରକୁ ଜାଇଥାଏ ସେତେବେଳେ ସେ ଲାଲ ରଙ୍ଗର ସମସ୍ତ ଜିନିଷ ପିନ୍ଧିଥାଏ କାରଣ ଲାଲ ରଙ୍ଗ ହେଉଛି ବୈବାହିକ ଜୀବନରେ ଶୁଭତାର ପ୍ରତିକ ସେଥିପାଇଁ ସଧବା ନାରୀ ମାନେ ସର୍ବଦା ମଥାରେ ଲାଲ ସିନ୍ଦୁର ହାତରେ ସଙ୍ଖା ଏବଂ ପାଦରେ ନାଲି ଅଳତା ପିନ୍ଧି ସ୍ୱାମୀଙ୍କର ଶୁଭ ମନାଶି ବିଭିନ୍ୟ ବିପଦରୁ ରଖ୍ୟା ପାଇବା ପାଇଁ ଢାଲ ହୋଇ ଠିଆ ହୋଇଥାନ୍ତି। ଏଣୁ ଏହି ସାବିତ୍ରୀ ବ୍ରତ ଦିନ ଏପରି କି କୌଣସି ଉଷା ବ୍ରତ ଦିନ କେବେବି କଳା ରଙ୍ଗର ଶାଢି ପିନ୍ଧିବା ଉଚିତ ହୋଇ ନଥାଏ ନଚେତ ଏହି ଅସୁବିଧା କାରଣ ରୁ ସ୍ୱାମୀର ଆୟୁଶ କ୍ଷଣ ହୋଇଥାଏ ।

୨ ୟ ଭୁଲ ଟି ହେଉଛି ଏହି ଅମାବାଶ୍ୟା ଦିନ ଏପରି ବି କୌଣସି ରାତିରେ ବାହାରେ ଲୁଗା ପଟା ସୁଖନ୍ତୁ ନାହିଁ କାରଣ ଏହି ଦିନ ଅମାବାଶ୍ୟା ହେତୁ ଏହାକୁ କାଳ ରାତ୍ରୀ ବୋଲି କହିଥାନ୍ତି ଏଣୁ ଆପଣଙ୍କର ବା ଆପଣଙ୍କର ସ୍ୱାମୀଙ୍କର ଲୁଗାପଟା କେବେବି ଏହି ରାତିରେ ବାହାରେ ସୁଖାନ୍ତୁ ନାହିଁ ।

୩ୟ ଭୁଲ ଟି ହେଉଛି ଏହି ସାବିତ୍ରୀ ବ୍ରତ ଦିନ ଏପରି କି କୌଣସି ଉଷା ବ୍ରତ ଦିନ କେବେବି ସ୍ୱାମୀ ସ୍ତ୍ରୀ ଶାରୀରିକ ସମନ୍ଧ ରଖନ୍ତୁ ନାହିଁ ଏହା ଦ୍ୱାରା ସ୍ୱାମୀ ଙ୍କର ଆୟୁଶ କ୍ଷଣ ହୋଇଥାଏ ।

୪ ର୍ଥ ଭୁଲ ଟି ହେଉଛି ସାବିତ୍ରୀ ବ୍ରତ ଦିନ କୌଣସି ଜିନିଷ କାଟିବେ ନାହିଁ କିମ୍ବା ସ୍ୱାମୀଙ୍କୁ ମଧ୍ୟ କୌଣସି ଜିନିଷ ହାଣିବା କୁ ବା କାଟିବା କୁ ଦେବେ ନାହିଁ , ଯେପରି କି କୌଣସି ଗଛକୁ ହାଣିବା ବା କାଟିବା ଇତ୍ୟାଦି ଧ୍ୟାନ ଦେବେ କି ଏହି ପରି କାର୍ଯ୍ୟ ଏହି ଦିନ କେବେବି କରିବେ ନାହିଁ ।

ପଞ୍ଚମ ଭୁଲ ଟି ହେଉଛି ଏହି ସାବିତ୍ରୀ ବ୍ରତ ଦିନ ରନ୍ଧା ଖାଦ୍ୟ କେବେବି ଖାଇବେ ନାହିଁ କାରଣ ଏହିଁ ସାବିତ୍ରୀ ବ୍ରତ ଉପବାସ ରହିକି ପାଳନ କରାଜାଇ ଥାଏ କାରଣ ସ୍ୱାମୀ ମାନଙ୍କର ମଙ୍ଗଳ ପାଇଁ ତାଙ୍କର ଆୟୁଶ ବୃଦ୍ଧି ପାଇଁ ଏହିପରି କରିବା ଉଚିତ ହୋଇଥାଏ , ଆପଣ ମାନେ ଯେଉଁ ଭୋଗ ଲଗାଇବେ ସେଥିରୁ ଖାଇ ପାରିବେ ଯେପରି କି ଗଜା ମୁଗ ଏବଂ ପଣା ପାଣି ମଧ୍ୟ ପିଇ ପାରିବେ ତେବେ ବନ୍ଧୁଗଣ ଏହା ଥିଲା ସାବିତ୍ରୀ ବର୍ତ କୁ ନେଇ କିଛି ମହତ୍ୱ ପୂର୍ଣ୍ଣ କଥା ।

Leave a comment