ତୃତୀୟ ଲହରୀ ଆଶଙ୍କା: ଅହମ୍ମଦନଗରରେ ମେ’ ମାସରେ ୯,୯୦୦ ପିଲାଙ୍କୁ କରୋନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରର ଅହମ୍ମଦନଗରରେ ମେ’ ମାସରେ ୯,୯୦୦ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିପାଇଁ କରୋନାର ତୃତୀୟ ଲହରୀ ଆସିଥିବା ନେଇ ଲଗାତାର ଭାବେ ପ୍ରଶ୍ନ ଉଠୁଛି। କାରଣ ତୃତୀୟ ଲହରୀରେ କରୋନା ସବୁଠୁ ଅଧିକ ପିଲାଙ୍କୁ ଆକ୍ରାନ୍ତ କରିବ ବୋଲି ବିଶେଷଜ୍ଞମାନେ ମତାମତ ଦେଇଥିଲେ। ଖାସ୍ କଥାଟି ହେଲା, ଅହମ୍ମଦନଗରରେ ମେ’ ମାସରେ ମୋଟ ୮୬ ହଜାର କରୋନା ମାମଲା ସାମ୍ନାକୁ ଆସିଥିବାବେଳେ କାହାରି ମୃତ୍ୟୁ ଘଟିନାହିଁ।
ଅହମ୍ମଦନଗର ଡୀଏମ ରାଜେନ୍ଦ୍ର ଭୋସଲେ କହିଛନ୍ତି ଯେ, ଏପ୍ରିଲ ମାସରେ ଯେଉଁ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା ସେଥିରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କ ଭିଡ଼ ଜମିଥିଲା। ଲକଡାଉନ ସମୟରେ ମଧ୍ୟ ପିଲାମାନେ ବାହାରେ ଖେଳୁଥିଲେ। ସେଥିପାଇଁ ପିଲାଙ୍କ ପଜିଟିଭ ହାର ୧୧ ପ୍ରତିଶତ ଆସିଛି।

Leave a comment