କରୋନା ତୃତୀୟ ଲହରରୁ ପିଲାଙ୍କୁ ରକ୍ଷା କରିବାକୁ ଫ୍ଲୁ ଭ୍ୟାକ୍ସିନେସନ୍ ଜରୁରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସଂକ୍ରମଣର ପ୍ରଥମ ଏବଂ ଦ୍ୱିତୀୟ ଲହର ଆମଠାରୁ ଆମ ପ୍ରିୟଜନଙ୍କୁ ଛଡାଇ ନେଇଛି । ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହାର ତୃତୀୟ ଲହର ମଧ୍ୟ ଆସିବ ଯାହାକି ଛୋଟ ପିଲାମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଯାହାକି ପିତାମାତା, ରୋଗ ବିଶେଷଜ୍ଞ ଏବଂ ମେଡିକାଲ୍ ପ୍ରଫେସନାଲମାନଙ୍କ ପାଇଁ ବହୁତ ଚିନ୍ତାର ବିଷୟ ପାଲଟିଛି । ଗତ କିଛି ମାସ ମଧ୍ୟରେ ଆମେ ପିଲାମାନଙ୍କ ମଧ୍ୟରେ କରୋନା ରୋଗରେ କ୍ରମାଗତ ବୃଦ୍ଧି ଘଟିଥିବାର ଦେଖିଛୁ । ପିଲାମାନେ କୌଣସି ଭାଇରସରୁ ସୁରକ୍ଷିତ ଅଛନ୍ତି କି ନାହିଁ, ଏହାର କୌଣସି ଗ୍ୟାରେଣ୍ଟି ନାହିଁ ।
ଏହାକୁ ଦୃଷ୍ଟିରେ ରଖି ଫୋର୍ଟିସ୍ ହସ୍ପିଟାଲର ବରିଷ୍ଠ ପରାମର୍ଶଦାତା-ଶିଶୁରୋଗ ବିଶେଷଜ୍ଞ ଡକ୍ଟର ଜେସାଲ୍ ଶେଥ୍ ଇଣ୍ଡିଆ ଡଟ୍ କମ୍ ସହିତ ତାଙ୍କର ଇନପୁଟ୍ ଅଂଶୀଦାର କରିଛନ୍ତି। କରୋନା ତୃତୀୟ ଲହର ଅଧିକ ବିପଦପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ପିଲାମାନଙ୍କୁ ସୁରକ୍ଷା ଦେଇପାରିବା କିମ୍ବା ଅତ୍ୟନ୍ତପକ୍ଷେ ରୋଗର ଗମ୍ଭୀରତାକୁ ହ୍ରାସ କରିବା ପାଇଁ ଏକ ଜରୁରୀ ଆବଶ୍ୟକତା ରହିଛି। ତୃତୀୟ ଲହର ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବା କୁ ହେଲେ ଫ୍ଲୁ ଭ୍ୟାକ୍ସିନେସନ୍ ନିତ୍ୟାନ୍ତ ଆବଶ୍ୟକ । ତେଣୁ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ (IAP) ସମସ୍ତଙ୍କୁ ବାର୍ଷିକ ଫ୍ଲୁ ଭ୍ୟାକ୍ସିନ ଦେବାକୁ ସୁପାରିଶ କରିଛି ।