ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ତିନୋଟି ମାମଲାରେ ପ୍ରଦୀପଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ ।
ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ବଦଳରେ ବିଧାୟକଙ୍କୁ ଜାମିନ ପ୍ରଦାନ କରାଯାଇଛି । ତାଙ୍କୁ ଏବେ ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ଜାମିନ ମିଳିଛି। ଜାମିନ ସର୍ତ୍ତ ପୂରଣ କଲେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ କହିଛନ୍ତି ।
ଏଙାସହ କୌଣସି ମାମଲା ସମ୍ପର୍କରେ ଗଣମାଧ୍ୟମକୁ ବିବୃତ୍ତି ନଦେବାକୁ ମଧ୍ୟ ହାଇକୋର୍ଟ ତାଗିଦ କରିଛନ୍ତି। ସୂଚନାଯୋଗ୍ୟ, ପ୍ରଦୀପ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ବାରା ଦାୟର ଏକ ମାମଲାରେ ଜାମିନ ପାଇସାରିଛନ୍ତି ।