କରୋନାରେ ଆକ୍ରାନ୍ତ ହୋଇ ୧୦ ମାଓବାଦୀଙ୍କ ମୃତ୍ୟୁ, ୫୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା କବଳରେ ମାଓବାଦୀ । ମାଲକାନାଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ୧୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏ ନେଇ ସୂଚନା ଦେଇଛନ୍ତି ଦନ୍ତେଓ୍ବାଡା ଏସପି ଅଭିଷେକ ପଲ୍ଲଭ ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୫୦ ରୁ ଉର୍ଦ୍ଧ୍ବ ମାଓବାଦୀ କରୋନା ଆକ୍ରାନ୍ତ ହିଇଥିଲେ। ତେବେ କରୋନା ସଂକ୍ରମଣ ଭୟାବହତାରେ ମାଓବାଦୀମାନେ ମଧ୍ୟ ଫଶିବା ପରେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ ଦେଇଥିଲେ ଏସପି ଅଭିଷେକ ପଲ୍ଲଭ ।

Leave a comment