ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼଼ିଶାକୁ ଆସିଲା ଆଉ ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି । ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ । ଟିକା ପାଇଁ ବିଭିନ୍ନ ଜିଲ୍ଲାରୁ ଭ୍ୟାନ ଆସି ପହଞ୍ଚିଛି । ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ କରୋନା ଟିକା ଆବଶ୍ୟକ । ଏବେ ୧ଲକ୍ଷ ୨୬ ହଜାର ୭ଶହ ଡୋଜ କୋଭିସିଲ୍ଡ ଟିକା ଥିବା ବେଳେ ଆଜି ଆସିଛି ଆଉ ଅଢ଼େଇ ଲକ୍ଷ ଡୋଜ୍ । ଏସବୁ ଟିକାକୁ ମିଶାଇଲେ ଆଉ ଦିନେ ଦୁଇଦିନ ରାଜ୍ୟରେ ଟିକାକରଣ ହୋଇପାରିବ । ଆବଶ୍ୟକ ପରିମାଣର ଟିକା ନଆସିଲେ ଟିକାକରଣ ବନ୍ଦ ହେବାର ଆଶଙ୍କା ଅଛି ।