ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ଦେଇ ତଳେ ଗଡ଼ିଲେ ବିଧାୟକ, ଜାଣନ୍ତୁ କାହିଁକି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ବିଧାୟକଙ୍କ ହାଇଡ୍ରାମା। ପୋଲିସ ମାଡ଼ ମାରିଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରାଣା ଦେବା ସହ ତଳେ ଗଡ଼ିଗଲେ । ଉତ୍ତରପ୍ରଦେଶ ପ୍ରତାପଗଡ଼ର ଶିବଗଡ଼ ବ୍ଲକର ମତଦାତା ସୂଚୀରେ ଗଡ଼ବଡ଼ ହୋଇଥିବା ନେଇ ଅଭିଯୋଗ କରି ରାନିଗଞ୍ଜର ବିଜେପି ବିଧାୟକ ଅଭୟ କୁମାର ଓଝା ଡିଏମଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ। ତାଙ୍କୁ ବୁଝାଇ ବୁଝାଇ ଜିଲ୍ଲାପାଳ ନାକେଦମ ହେବା ପରେ ଘଟଣାସ୍ଥଳରେ ଏସପି ପହଞ୍ଚିଥିଲେ। ଏସପିଙ୍କ ସହ ବିଧାୟକଙ୍କ କଥା କଟାକଟି ହୋଇଥିଲା। ଏହା ପରେ ପୋଲିସ ତାଙ୍କୁ ମାଡ଼ ମାରିଛି ବୋଲି ଅଭିଯୋଗ କରିବା ସହ ଅଭୟ ତଳେ ଗଡ଼ିଥିବା ଦେଖିବାକୁ ମିଳିଛି। ପିନ୍ଧିଥିବା କୁର୍ତ୍ତା ଚିରିବା ସହ ସେ ତଳେ ଗଡ଼ିଥିବା ଦେଖିବାକୁ ମିଳିଥିଲା।

Leave a comment