ନାଇଟ୍‌ କର୍ଫ୍ୟୁ ବେଳେ ବାହାରକୁ ଯାଇଥିଲେ ଯୁବକ, ୩୦୦ ଥର ଉଠବସ୍‌ କରାଇଲା ପୋଲିସ, ଘରେ ପହଞ୍ଚିବା ପରେ ଚାଲିଗଲା ପ୍ରାଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ନିୟମ ଭାଙ୍ଗିବା ଅମାନିଆଙ୍କୁ ଭାରୀ ପଡ଼ିଗଲା। ଏମିତି କି ତାଙ୍କ ଜୀବନ ମଧ୍ୟ ଯାଇଛି। ୧୦୦ ଥର ଉଠ୍‌ବସ୍‌ ହେବାପରେ ଯୁବକ ଜଣଙ୍କ ହସିବାରୁ ଖାକି ବାବୁଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା । ଏହାପରେ ଦଣ୍ଡକୁ ତିନି ଗୁଣା କରିବାକୁ ନିର୍ଦେଶ ଦେଲେ ବଡ଼ ବାବୁ। ୩୦୦ ଥର ଉଠବସ୍‌ କରିବା ପରେ ଯୁବକଙ୍କୁ ପୋଲିସ ଛାଡ଼ିଥିଲା। କିନ୍ତୁ ଘରେ ପହଞ୍ଚିବା ପରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଥିଲା। କିଛି ଘଣ୍ଟା ପରେ ଯୁବକଙ୍କ ଜୀବନ ଚାଲିଗଲା। ଏମିତି ଅଭାବନୀୟ ଘଟଣାଟି ଫିଲିପାଇନ୍ସରେ ଘଟିଛି।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ କଟକଣା ଲଗାଯାଇଛି। କିନ୍ତୁ ଘରେ ପାଣି ଶେଷ ହୋଇଯିବାରୁ ୨୮ ବର୍ଷୀୟ ଡ୍ୟାରେନ୍‌ ନାରେଡୋନ୍ଦୋ ଘରୁ ବାହାରକୁ ବାଧ୍ୟ ହୋଇ ବାହାରିଥିଲେ। ଠିକ୍‌ ଏହି ସମୟରେ ପୋଲିସ ତାଙ୍କୁ ଉଠବସ୍‌ ହେବାକୁ କହିଥିଲା। ସେଥିପାଇଁ ଡ୍ୟାରେନ୍‌ଙ୍କ ଜୀବନ ମଧ୍ୟ ଯାଇଛି।

Leave a comment