ପିପିଲି ଉପନିର୍ବାଚନ : ଆଜିଠାରୁ ନାମାଙ୍କନ ଦାଖଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପିପିଲି ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଥିବା ବେଳେ ମାର୍ଚ୍ଚ ୩୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୩ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏପ୍ରିଲ ୧୭ରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ ।
ଆଜିଠାରୁ ୮ ଦିନ ଧରି ନାମାଙ୍କନ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ କୌଣସି ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।

ସୂଚନାଯୋଗ୍ୟ, ବିଜେଡିରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପରିବାରୁ କାହାକୁ ଟିକେଟ୍ ମିଳିବ ଦଳ କିଛି ସ୍ପଷ୍ଟ ସଂକେତ ଦେଇନାହିଁ । ଆଶାୟୀ ତାଲିକାରେ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କୁ ନେଇ ଚର୍ଚ୍ଚା ଚାଲିଛି । ସେହିପରି ବିଜେପିରେ ପ୍ରାର୍ଥୀତ୍ବକୁ ନେଇ ବିଶେଷ ଦ୍ବନ୍ଦ୍ବ ନଥିବା ବେଳେ ବିଜେଡି ଓ କଂଗ୍ରେସରେ ଚିତ୍ର ସ୍ପଷ୍ଟ ହୋଇନାହିଁ ।

Leave a comment