ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ୍‍ର ତୃତୀୟ ଦିବସ: ୩୬୫ରେ ଭାରତ ଅଲ୍‌-ଆଉଟ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୋଟେରା ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ୍‌ ମଧ୍ୟରେ ଚାଲିଥିବା ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସ୍‌ରେ ୩୬୫ ରନ୍‌ରେ ଅଲ୍‌ଆଉଟ୍ ହୋଇଛି। ଏଥିସହ ଶେଷ ହୋଇଛି ଭାରତର ପ୍ରଥମ ଇନିଂସ୍‌। ଆଜି ଖେଳାଯାଇଥିବା ପ୍ରଥମ ଇନିଂସ୍‌ରେ ରିଶଭ୍ ପନ୍ତଙ୍କ ଶତକୀୟ ଇନିଂସ୍‌ ଖେଳିଥିବାବେଳେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି ୱାଶିଂଟନ୍‌ ସୁନ୍ଦର। ଏହି ମ୍ୟାଚ୍‌ରେ ଅପରାଜିତ ୯୬ ରନ୍‌ର ଗୁରୁତ୍ବପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି ୱାଶିଂଟନ୍‌ ସୁନ୍ଦର। ଇଂଲଣ୍ଡ୍‌ର ବୋଲର୍‌ ବେନ୍‌ ଷ୍ଟୋକ୍‌ ମହମ୍ମଦ ସିରାଜଙ୍କୁ ବିନା କୌଣସି ରନ୍‌ରେ ବୋଲ୍‌ଡ୍‌ ଆଉଟ୍‌ କରିବା ପରେ ଭାରତୀୟ ଦଳ ଅଲ୍‌-ଆଉଟ୍‌ ହୋଇଯାଇଥିଲେ। ପ୍ରଥମ ଇନିଂସ୍‌ରେ ଭାରତ ଇଂଲଣ୍ଡଠାରୁ ୧୬୦ ରନ୍‌ରେ ଆଗୁଆ ରହିଛି।

Leave a comment