ଓଟିଟି ପ୍ଲାଟଫର୍ମକୁ ନେଇ କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡିଆକୁ ଠିକ୍ ଭାବେ ପରିଚାଳିତ କରିବା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଗାଇଡଲାଇନକୁ ନେଇ ସୁପ୍ରିମକୋର୍ଟ ଆପତ୍ତି ଜାହିର କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ଗାଇଡଲାଇନରେ ଆପତ୍ତିଜନକ ବିଷୟବସ୍ତୁ ଦେଖାଉଥିବା ଓଟିଟି ପ୍ଲାଟଫର୍ମ ଉପରେ କୌଣସି ରୋକ ଲଗାଯାଇ ନାହିଁ।
କେନ୍ଦ୍ର ସରକାରଙ୍କ ତରଫରୁ କୋର୍ଟରେ ହାଜିର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ, ସୁପ୍ରିମକୋର୍ଟ ପରାମର୍ଶ ଦେଇଥିବା ପଦକ୍ଷେପ ଉପରେ ସରକାର ବିଚାର କରିବ। ଓଟିଟି ପ୍ଲାଟଫର୍ମ ପାଇଁ ସମସ୍ତ ପ୍ରକାର ନିୟମକୁ ଅଦାଲତ ସମ୍ମୁଖରେ ରଖାଯିବ।