ରାଜଧାନୀର ପୁଣି ଗଡିଲା ମୁଣ୍ଡ : ଗୋଡେଇ ଗୋଡେଇ ହାଣିଲେ , ଜଣେ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ପୁଣି ଗଡିଲା ମୁଣ୍ଡ । ବିଚ୍‌ ରାସ୍ତାରେ ମର୍ଡର । ଗୋଡାଇ ଗୋଡାଇ ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ୱର ସିଆର୍‌ପିଏଫ୍‌ ଛକରେ ଘଟିଛି ହତ୍ୟାକାଣ୍ଡ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ତେବେ ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମ ଜଟିଆ ବୋଲି ଜଣାପଡିଛି । ତାଙ୍କ ଘର ସାଲିଆସାହିରେ ବୋଲି ସୂଚନା ରହିଛି ।

ଖବର ଅନୁଯାୟୀ, ଶନିବାର ଦିନ ପୂର୍ବାହ୍ନ ସମୟରେ ଭୁବନେଶ୍ୱରର ସିଆର୍‌ପିଏଫ୍‌ ଛକରେ ଜଣେ ଯୁବକଙ୍କୁ ଆସି କିଛି ଯୁବକ ଗୋଡେଇ ଗୋଡେଇ ହାଣିଛନ୍ତି । ଯାହାଫଳରେ କି ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହେଉଥିବା ବେଳେ ୨ଜଣଙ୍କୁ କାବୁ କରିଛନ୍ତି ସ୍ଥାନୀୟଲୋକେ । ଘଟଣାସଂପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା , ଏବଂ ଉଭୟ ଯୁବକଙ୍କୁ ଅଟକ ରଖି ପଚାରାଉଚରା କରୁଛି ପୋଲିସ ।

ବଟି ଆଦାୟକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ତେବେ ଏହି ଦୁର୍ବୃତ୍ତମାନେ କିଏ ଏବଂ କାହିଁକି ଏଭଳି କାଣ୍ଡ ଘଟାଇଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାସ୍ଥଳରେ ହଣାକଟାକୁ ନେଇ ଉତ୍ତେଜନା ଲାଗି ରହିଛି । ସବୁଠୁ ବଡ କଥା ହେଉଛି ଘଟଣାସ୍ଥଳ ଠାରୁ ଅଳ୍ପ କିଛି ଦୂରରେ ଥାନା ରହିଛି।

Leave a comment